ଭୋଗରାଇରେ ଅନ୍ତହେବ କି ମନ୍ତ୍ରୀ ଅନନ୍ତଙ୍କ ରାଜନୀତି

ଜଳେଶ୍ବର : ଓଡିଶା ବିଧାନସଭା କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ହେଉଛି ବେସ ଗୁରୁତ୍ୱପୂର୍ଣ୍ଣ । ଏହି ନିର୍ବାଚନମଣ୍ଡଳିଟି ୨୦୦୪ ମସିହା ଠାରୁ ବିଜେଡି ବିଧାୟକ ତଥା ବର୍ତ୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ହାତରେ ଅଛି । ଏହାର ସୁବିଧା ସୁଯୋଗ ନେଇ ମନ୍ତ୍ରୀ ଅନନ୍ତ ଓ ପୁଅ କୁନାଙ୍କ ଗାରିମା ବଢିଯାଇଛି ବୋଲି ଦଳର ନେତା ଓ କର୍ମୀ କହୁଛନ୍ତି । ଅନ୍ୟ କ୍ଷେତ୍ରରେ ମନ୍ତ୍ରୀ ଅନନ୍ତ ଦାସଙ୍କ ବୟସ ଅଧିକ ହେବା କାରଣରୁ ଏବେ ଅନନ୍ତ ବାବୁ ଆଉ ପାରୁ ନାହାନ୍ତି । ଅନ୍ୟ କାହାକୁ ଛାଡୁ ବି ନାହାନ୍ତି । କର୍ମୀ ଅତିଷ୍ଠ ହୋଇ ଧିରେ ଧିରେ ଅନନ୍ତଙ୍କ ହାତ ଛାଡି ଲେଣି ।

ଯଦି ବିଜେଡି ଅନନ୍ତ ଦାସଙ୍କୁ ୨୦୧୯ ନିର୍ବାଚନରେ ପୁଣିଥରେ ଲଢ଼ିବାପାଇଁ ଟିକେଟ ଦିଅନ୍ତି ତାହାଲେ ବିଜେଡି ଏକ ବଡ଼ ବିପର୍ଯ୍ୟୟ ଡାକିଆଣୁଛି ବୋଲି ଭୋଗରାଇ ବାସୀ ଚର୍ଚ୍ଚା କରୁଛନ୍ତି । ଖାଲି ସେତିକି ନୁହେଁ ବାପ ମନ୍ତ୍ରୀ ଥିବାରୁ ପୁଅ କୁନାର ଦବଙ୍ଗ ଗିରି ଭୋଗରାଇ ରୁ ବାଲେଶ୍ୱର ଯାଏଁ ବଢିଛି । ପୁଅ କୁନା କୁଆଡ଼େ ବିଭିନ୍ନ ସମୟରେ ,ସରକାରୀ କର୍ମଚାରୀଙ୍କୁ ନିଜର ଦବଙ୍ଗ ଗିରି ସାଙ୍ଗକୁ ବାପର ନାଲିବତୀର ଧମକ ଦେବା,ତାଳସାରୀ ସମୁଦ୍ର ବେଳାଭୂମି ମହୋତ୍ସବକୁ ପୈତ୍ରୁକ ସମ୍ପତି ଭାବି ମନଇଛା ଦାଦାଗିରି କରିବା ଓ ବାଲେଶ୍ଵର ଚାନ୍ଦିପୁର ଠାରେ ୧୨୨ ଏକର ଜାଗା ଉପର ବେଆଇନ ଚିଙ୍ଗୁଡ଼ି ଘେରି କରିବା ଇତ୍ୟାଦିଅଭିଯୋଗ ସାଧାରଣରେ ହେଉଛି । ମନ୍ତ୍ରୀ ଅନନ୍ତ ବାବୁ କୋୖଣସି କାଗଜପତ୍ରରେ ଦସ୍ତଖତ କଲା ସମୟରେ ହାତରୁ କଲମ ଗଲିପଡୁଛି ବୋଲି ମନ୍ତ୍ରୀଙ୍କ ପାଖଲୋକ କହୁଛନ୍ତି । ତେବେ ଖୋଦ ମନ୍ତ୍ରୀ ଅନନ୍ତଙ୍କ ବୟସର ବାର୍ଦ୍ଧକ୍ୟ ଓ ଗାରିମା ସାଙ୍ଗକୁ ପୁଅ କୁନାର କାରନାମା ପାଇଁ ୨୦୧୯ ନିର୍ବାଚନରେ ଅନନ୍ତଙ୍କ ଅନ୍ତଘଟିବା ଆଲୋଚନା ହେଉଛି ା

Leave a Reply

Your email address will not be published. Required fields are marked *