ବିନା ଫର୍ମ ପୂରଣରେ ଆସିଲା ଆଡମିଟ୍ କାର୍ଡ !

ରାୟଗଡ଼ା : ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ତଲବ କରିବା ପରେ ବିଭାଗୀୟ ଗୁମର ପଦାରେ ପଡିଛି । ଛାତ୍ରୀଙ୍କ ଫର୍ମ ଫିଲଅପ୍ ବିନା ବୋର୍ଡ ଆଡମିଟ୍ କାର୍ଡ ପଠାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି) ହାଇସ୍କୁଲର ଛାତ୍ରୀ ମମତା ପାତ୍ରଙ୍କ ଗତ ବର୍ଷକ ତଳୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାଁରେ ଆଡମିଟ୍ କାର୍ଡ ଆସିବା ସଭିଁଙ୍କୁ ଚକିତ କରିଛି ।

Leave a Reply

Your email address will not be published. Required fields are marked *