ଡ୍ୟାନ୍ସ ବାର୍ ଖୋଲିବା ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର : ଡ୍ୟାନ୍ସ ବାର୍ ଓ ମଦ ବିକ୍ରିକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି, ଯାହା ଦୁର୍ଭାଗ୍ୟଜନକ । ରାଜ୍ୟରେ ମଦ ବିକ୍ରିକୁ ପ୍ରାଥମିକତା ଦିଆଯିବା ଦ୍ବାରା ସରକାର ଯୁବକ ଏବଂ ଛାତ୍ରଙ୍କୁ ବିପଥଗାମୀ କରିଛନ୍ତି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ।

ସେ କହିଛନ୍ତି, ଡ୍ୟାନ୍ସ ବାର୍‌କୁ ପୁଣିଥରେ ଦିନ ୧୨ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଏହା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ଭୟଙ୍କର କରିବ । ରାଜଧାନୀରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ସରକାର ସେ ଦିଗରେ ଚିନ୍ତା ନ କରି କେବଳ ଟିକସ ଚିନ୍ତା କରୁଛନ୍ତି । ଡ୍ୟାନ୍ସ ବାର୍‌କୁ ଅନୁମତି ଦେବା ଅର୍ଥ ମହିଳାଙ୍କୁ ଅପମାନିତ କରିବା । ମଦ ପିଇବା କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ପ୍ରଥମ । ଡ୍ୟାନ୍ସ ବାର୍‌ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *