ବଣାଇ : ବଣାଇ ବ୍ଲକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାକକ୍ଷ ଠାରେ ନିଖିଳ ଉତ୍କଳ ବାରିକ ସମିତି ବଣେଇ ପକ୍ଷରୁ ଜାତିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କର ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସମାଜ ପକ୍ଷରୁ ଜାତିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ଗୋକୁଳାନନ୍ଦ ବାରିକ ଓ ସ୍ତ୍ରୀ କଲ୍ୟାଣ ବାରିକ ଦାୟିତ୍ବ ତୁଲାଇ ଥିବା ବେଳେ ପଣ୍ଡିତ ଗୁଣନିଧି ମିଶ୍ର ପୂଜାର୍ଚ୍ଚନା କରିଥିଲେ । ପରେ ବାର୍ଷିକ ଉତ୍ସବର ଏକ ସଭା ଅନୁଷ୍ଠିତ ହୋଇଥିଲା । ସମାଜ ସଭାପତି କୁମାର ଗୌତମ ବାରିକ ଅଧ୍ୟକ୍ଷତା କରିଥିବାବେଳେ, ସାଧାରଣ ସମ୍ପାଦକ ତୁଷାର ବାରିକ ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବର ମୂଖ୍ୟ ଅତିଥି ଭାବେ ବଣାଇ ରାଜବୀର କିଶୋର ଇନ୍ଦ୍ର ଦେଓ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ତଥା ଯୁବ ଆଇନଜୀବୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ମୂଖ୍ୟ ବକ୍ତା ଭାବେ ଏବଂ ସୁ ସାହିତ୍ୟିକ, ସମାଜସେବୀ ତଥା କେବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ଉପଦେଷ୍ଟା ଖଗେଶ୍ବର ବାରିକ, ପଦ୍ମଲୋଚନ ବାରିକ, ବରିଷ୍ଠ ସଦସ୍ୟ କୁଳମଣି ବାରିକ, ଭୀମସେନ ବାରିକ ଉପଢୌକନ ଦେଇ ସମାଜ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ମହିଳା ସଦସ୍ୟାମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ବାଗତ କରିଥିବା ବେଳେ ନିରଞ୍ଜନ ବାରିକଙ୍କ ସଙ୍ଗୀତ ସଂଯୋଜନାରେ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପୁରାଣରୁ ଆରମ୍ଭ କରି ବର୍ତ୍ତମାନର ସମାଜରେ ସାମାଜିକ ମାଙ୍ଗଳିକ ତଥା ସଂସ୍କାର ଧର୍ମି କାର୍ଯ୍ୟକଳାପରେ ବାରିକ ଜାତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେ ଜାତି ବିନା ସମାଜ ସଂସ୍କାର ଧର୍ମି କାର୍ଯ୍ୟ ଅସମ୍ଭବ ବୋଲି ପୁରାଣରେ ଉଦାହରଣ ଅଛି ଏବଂ ଏ ସମାଜ କାହିଁକି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କୁ ଇଷ୍ଟଦେବତା ଭାବରେ ପୂଜା କରି ଆସୁଛି ସେ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ସମ୍ପାଦକ ଭ୍ରମର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନ ସମ୍ପାଦକ ସୁବାସ ବେହେରା, ବିଜୟ କୁମାର ବାରିକ, ଶମ୍ଭୁନାଥ ବାରିକ, ସୁଶାନ୍ତ କୁମାର ବାରିକ, ଭୋଳାନାଥ ବାରିକ, ରମେଶ ଚନ୍ଦ୍ର ବସନ୍ତରା, ରଞ୍ଜନ ବାରିକ, ସୁଜିତ ବସନ୍ତରା, ରାଜେନ୍ଦ୍ର କୁମାର ବାରିକ, ବାବୁଲା ବାରିକ, ସଞ୍ଜୟ ବାରିକ, ସନ୍ତୋଷ ବାରିକ, ଦିଲ୍ଲୀପ ବାରିକ, ଭରତ ବାରିକ, ଭାରତୀ ବେହେରା, ଗୀତାଞଳୀ ବାରିକ, ସୁରେନ୍ଦ୍ର ବାରିକ, ସୁଶୀଲ ବାରିକ ପ୍ରମୁଖଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ, ବଣାଇ ଉପଖଣ୍ଡ ଚାରୋଟି ବ୍ଲକର ବାରିକ ଜାତିର ପ୍ରାୟ ଚାରି ଶହରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଵା ଜଣାପଡିଛି ।
