ଆଜିର ରାଶିଫଳ

ମେଷ : ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । କାମରେ ଅନ୍ୟମାନଙ୍କର ସାହାର୍ଯ୍ୟ ପାଇବେ । ଆୟ ବ୍ୟୟର ଭାରସାମ୍ୟ ବଜାୟ ରହିବ । ପ୍ରେମ ସମ୍ବନ୍ଧରେ ନିବିଡତା ଆସିବ ।

ବୃଷ : ନୂଆ ଲକ୍ଷ୍ୟ ନିଦ୍ଧାରଣ ଲାଗି ଦିନଟି ଶୁଭ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । ଅଫିସ କାମରେ ଲାଗି ରହିଥିବା ବାଧା ଦୂର ହେବ । ପ୍ରେମ ଜୀବନ ମଧୁରମୟ ହେବ ।

ମିଥୁନ : ଆପଣଙ୍କ ମନରେ ସକାରାତ୍ମକତା ରହିବ । ଆଖପାଖର ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ । ବ୍ୟବସାୟ କାମରେ ଯାତ୍ରା ଯୋଗ ରହିଛି । ଖେଳାଳିମାନଙ୍କ ଲାଗି ଦିନଟି ଭଲ ।

କର୍କଟ : ବ୍ୟକ୍ତିତ୍ୱକୁ ବିକାଶ କରିବା ପାଇଁ ଚେଷ୍ଟା କରିବେ । ଘର ଲୋକଙ୍କ ସାହାର୍ଯ୍ୟରେ ବ୍ୟବସାୟକୁ ବୃଦ୍ଧି କରାଇବେ । ଚାକିରିଜୀବୀ ଆଶା କରୁଥିବା ଅଂଚଳକୁ ବଦଳି ହୋଇପାରନ୍ତି ।

ସିଂହ : କୌଣସି କାମ ସମ୍ପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ । ରାଜନୀତି କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ ।

କନ୍ୟା : ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ଅଫିସରେ ଆପନଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ । ଜୀବନସାଥୀ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ ।

ତୁଳା : ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ । ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ । ଧନ ସମ୍ବନ୍ଧୀୟ ମାମାଲାରେ ଆପଣଙ୍କୁ ସଫଳତା ମିଳିବ ।

ବିଛା : ଆପଣଙ୍କ ମନରେ ବିଶେଷ ବିଚାର ଆସିବ । କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ । ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି । ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରେଇ ରହିବେ ।

ଧନୁ : ଅଫିସରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢାଇବ । ବେପାରରେ ଅଚାନକ ଧନଲାଭର ଅବସର ପାଇବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢିବ ।

ମକର : ଆପଣଙ୍କ ମନରେ ଅଚାନକ କୌଣସି ବିଚାର ଆସିବ, ଯାହା ପ୍ରଗତିର ଦ୍ୱାର ଖୋଲିଦେବ । କାରବାର ଦ୍ରୁତଗତିରେ ବୃଦ୍ଧି ହେବ । ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢତା ଆସିବ ।

କୁମ୍ଭ : ଆପଣଙ୍କ ମନ ଶାନ୍ତ ରହିବ । ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ । ଆପଣଙ୍କ ଯୋଗାଯୋଗ ତାଲିକାରେ କିଛି ନୂଆ ଯୋଡିବେ । ବ୍ୟବସାୟରେ ଦ୍ୱି’ଗୁଣା ବୃଦ୍ଧି ହେବାର ଯୋଗ ରହିଛି ।

ମୀନ : କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ । ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ ।

Leave a Reply

Your email address will not be published. Required fields are marked *