ସୋର : ବାଲେଶ୍ବର ଜିଲ୍ଲା ସୋର ଥାନା ଅର୍ନ୍ତଗତ ମାଣିପୁର ଗ୍ରାମର ଯଦୁନାଥ ବେହେରା ଙ୍କ ସାନପୁଅ ଅନରଞ୍ଜନ ବେହେରା (୧୩) ବବୁଲୁ ମାଣିପୁର ସ୍ଥିତ ମଧୁବନ ନୋଡାଲ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢେ । ଗତ ୨୧ତାରିଖ ଦିନ ଅନରଞ୍ଜନ ସ୍କୁଲକୁ ଯାଉଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଯଦୁନାଥ ଜସମୁଖଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ନଡିଆ ବିଛାଉ ଥିବା ବେଳେ ଅନରଞ୍ଜନ ଛାତି ଉପରେ ଏକ ନଡିଆ ପଡି ତା ଛତିରେ ମାଡ ହୋଇଥିଲା ।

ସ୍କୁଲରୁ ଘରକୁ ଫେରିବା ପରେ ବାନ୍ତି ହୋଇଥିଲା ଏବଂ କିଛି ନଖାଇ ରାତିରେ ଉପାସ ଶୋଇ ଯାଇଥିଲା । ୨୩ ତାରିକ ଦିନ ଅବସ୍ତା ସଂଙ୍କାଟପର୍ଣ୍ଣ ହେବାରୁ ମାଣିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକେ ଦେଖାଇ ଔେଷଧ ଦେଇଥିଲେ । ଏବଂ ୨୪ ତାରିଖ ଦିନ ପିଲାର ହଠାତ ମୃତ୍ୟୁ ହୋଇଥିଲା ବୋଲି ଅନରଞ୍ଜନ ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି ା ଅନରଞ୍ଜନ ମା କହିଛି ଶିଖ୍ୟକଙ୍କ ଅବହେଳା ପାଇଁ ମୋ ଛୁଆର ଜୀବନଗଲା ା ଏ ବାବଦରେ ପ୍ରଧାନ ଶିଖ୍ୟକ କିଛି ଯାଣିନଥିବା କହିଛନ୍ତି ା
