ନୟାଗଡ଼ : ନୟାଗଡ଼ ଶରଣକୁଳ ଥାନା ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପିସ୍ତଲ ସହ ୫ଟି ବାଇକ ଓ ମୋବାଇଲ ଜବତ ହୋଇଛି । ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଚଢ଼ଉ ସମୟରେ ପୋଲିସକୁ ଦେଖି ଗୁଳି ଚଳାଇଥିଲେ ଲୁଟେରା ।
ଗିରଫ ୩ ଅଭିଯୁକ୍ତ ହେଲେ ଖଇରପଟି ଗାଁର ରମେଶ ବେହେରା ଓରଫ ବାଇନ, ଚାନ୍ଦପୁର ଦାଣ୍ଡସାହିର ସୋମନାଥ ସାହୁ ଓରଫ କାହ୍ନା ଏବଂ ଗୋଡ଼ିପଡ଼ା ଫାଣ୍ଡି କଇଁଫୁଲିଆ ଗାଁର ଅଶୋକ ସେନାପତି ଓରଫ ବୁଲୁ । ୩ ଜଣ ବିଭିନ୍ନ ସ୍ଥାନରେ ଲୁଟ କରୁଥିବା ବେଳେ ଏମାନଙ୍କ ଉପରେ ନଜର ରଖିଥିଲା ପୋଲିସ ।
