କୁଶଙ୍ଗରେ ଏଟିଏମ ଅଚଳ, ଗ୍ରାହକ ହନ୍ତସନ୍ତ

ହରଭଙ୍ଗା : ହରଭଙ୍ଗା ବ୍ଲକ କୁଶଙ୍ଗ ବଜାରରେ ରହିଥିବା ଇଣ୍ଡିଆନ୍‍ ବ୍ୟାଙ୍କ ଏଟିଏମ ଦୀର୍ଘ ୩ ମାସ ହେଲା ଅଚଳ ଯୋଗୁଁ ଗ୍ରାହକମାନେ ଅର୍ଥ ଉଠାଣ ପାଇଁ ହନ୍ତସନ୍ତ ହେଉଛନ୍ତି । ପ୍ରକାଶ ଯେ କୁଶଙ୍ଗରେ ଥିବା ଏକମାତ୍ର ଇଣ୍ଡିଆନ ବ୍ୟାଙ୍କ ଉପରେ କୁଶଙ୍ଗ, ମହାଲ୍ଲିକପଡ଼ା ପଂଚାୟତର କୋଡିଏରୁ ଊର୍ଦ୍ଧ୍ବ ଗ୍ରାମର ପାଖାପାଖି ୧୦ ହଜାର ଲୋକ ନିର୍ଭର କରନ୍ତି । ବିଶେଷକରି ଦୁର୍ଗମ ଅଂଚଳଭାବେ ଜଣାଶୁଣା ସାତଖଣ୍ଡ, ହିଞଳ, କୁଟୀବାରି, ଅତଲସରା, ବୁଢାଆମ୍ବ, ନୂଆପଡ଼ା ଭଳି ଅନେକ ଗାଁ ଲୋକେ ପଇସାପତ୍ର ନେଣଦେଣ ପାଇଁ ଏହି ବ୍ୟାଙ୍କ ଉପରେ ନିର୍ଭର କରନ୍ତି । ମାତ୍ର ଦୁର୍ଗମ ଅଂଚଳ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଠାରେ ଏକ ବ୍ୟାଙ୍କ ରହିଥିଲେ ମଧ୍ୟ ଏଟିଏମଟି ଦୀର୍ଘ ମାସ ଧରି ଅଚଳ ଯୋଗୁଁ ଗ୍ରାହକମାନେ ପଇସା ଉଠାଣ ପାଇଁ ବ୍ୟାଙ୍କରେ ଲମ୍ବାଧାଡି ଧରି ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଏହା ସତ୍ୱେ ବ୍ୟାଙ୍କ କର୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନଥିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସମାଜସେବୀ ଭୀକାରି ଚରଣ ବାଈ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *