ବାରଣ ସତ୍ତ୍ୱେ ଗୋପାଳପୁର ବେଳାଭୂମିରେ ଦେଖିବାକୁ ମିଳିଛି ପର୍ଯ୍ୟଟକଙ୍କ ଗହଳି

ଗୋପାଳପୁର : ଗୋପାଳପୁର ବେଳାଭୂମି ପ୍ରବେଶ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଦିନ ପର୍ଯ୍ୟଟକଙ୍କୁ ବାରଣ ସତ୍ତ୍ୱେ ଗତକାଲି ଅପରାହ୍ନରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୁଲିସ ଗୋପାଳପୁର କଲେଜ୍ ଛକ ଠାରେ ବ୍ଲକିଂ କରୁଥିଲେ ମଧ୍ୟ ଅମାନିଆ ଲୋକେ ଅନ୍ୟ ବାଟ ଦେଇ ବେଳାଭୂମିରେ ଆସୁଥିବା ପରିଲିକ୍ଷିତ ହୋଇଛି । ବେଳାଭୂମିରେ ନିୟୋଜିତ ପୁଲିସ୍ ପକ୍ଷରୁ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରିଥିଲେ ମଧ୍ୟ ଅମାନିଆ ପର୍ଯ୍ୟଟକ ବେଖାତିର ଭାବେ ବୁଲୁଥିବା ଜଣାପଡିଛି । ସମ୍ଭାବ୍ୟ ଅସାନି ବାତ୍ୟାକୁ ନଜରରେ ରଖି ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରିଛନ୍ତି । ୧୦ ଓ ୧୧ ତାରିଖ ଦୁଇଦିନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ଏପରି ପରିସ୍ଥିତି ପରିଲିକ୍ଷିତ ହୋଥିବା ଆଲୋଚନା ହେଉଛି । ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *