ଅନୁଗୋଳ : ଭାରିଯାନ ଯାଉଥିବାରୁ ବଢୁଛି ସ୍ଥାନୀୟ ଲୋକଙ୍କ ସମସ୍ୟା । ଘଣ୍ଟାଘଣ୍ଟା ଧରି ରାସ୍ତାରେ ଅଟକି ରହୁଛି ଗାଡ଼ି । ଅନୁଗୋଳ-ଛେଣ୍ତିପଦା ରାସ୍ତାରେ ଦେଖାଦେଇଛି ଏଭଳି ସମସ୍ୟା । ରାଇଝରଣ ଗ୍ରାମ ଦେଇ ଭାରିଯାନ ଯାଉଥିବା କାରଣରୁ ଗ୍ରାମବାସୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଛେଣ୍ତିପଦାରୁ ଅନୁଗୋଳ ଅଭିମୁଖେ ୩ଟି ବଡ ଲୁହା ବୋଝେଇ ଟ୍ରଲର ରାସ୍ତାରେ ଯାଉଥିବା ବେଳେ ଗାଁ ଗୁଡିକରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ । ଫଳରେ, ଯାତ୍ରୀବାହୀ ବସ୍ ଠାରୁ ଅରମ୍ଭ କରି ବାଇକ୍ ପର୍ଯ୍ୟନ୍ତ ସମସ୍ତ ଗାଡି ଘଣ୍ଟାଘଣ୍ଟା ଧରି ରାସ୍ତରେ ଅଟକି ରହିଛି ।
ଫଳରେ ଯାତ୍ରୀ ମାନେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନପାରି ଅସୁବିଧାର ସମୁଖିନ ହେଉଥିବା ବେଳେ ସ୍ଥାନୀୟ ଗାଁ ଗୁଡିକରେ ଉତେଜନା ଦେଖାଦେଇଛି ।
