ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ, ୭୫ କେଜି ଗଞ୍ଜେଇ ଜବତ କଲା ଅବକରୀ ବିଭାଗ

ଫୁଲବାଣୀ : ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ କାରବାର । ଚଢାଉ କରି ୭୫ କେଜି ଗଞ୍ଜେଇ ଜବତ କଲା ଅବକରୀ ବିଭାଗ । ଏହା ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି ।

ଖବର ଅନୁଯାୟୀ, ରବିବାର ଦିନ ସଂଧ୍ୟା ସମୟରେ ପ୍ରୟାସ ନାମକ ଏକ ବେସରକାରୀ ସଂସ୍ଥା ଆମ୍ବୁଲାନ୍ସରେ ୭୫ କେଜି ଗଞ୍ଜେଇ ଅନୁଗୁଳ ଜିଲ୍ଲାକୁ ଚୋରା ଚାଲାଣ କରୁଥିଲା । ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ । ଏହି ଚଝାଉରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ଜିଲ୍ଲା ଛେଣ୍ଡିପଜା ପ୍ରହଲ୍ଲାଦ ବେହେରା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *