ଚାରିଚକିଆ ଯାନ ଚଳାଇବା ପାଇଁ ମଧ୍ୟ ହେଲମେଟ ଆବଶ୍ୟକ !

ସମ୍ବଲପୁର : ସମ୍ବଲପୁର ପୁଲିସ ଅପରାଧ ନିୟନ୍ତ୍ରଣ କରିବାରେ ସଫଳ ପ୍ରମାଣିତ ହୋଇ ନଥିବା ବେଳେ, ମୋଟରଯାନ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ରାଜସ୍ୱ ଆଦାୟରେ କିନ୍ତୁ ବେଶ ସକ୍ରିୟ । ଏଭଳିକି ରାଜସ୍ୱ ଆଦାୟ ଲକ୍ଷ୍ୟ ସାଧନ ନିମନ୍ତେ ପୁଲିସ ବାବୁ ମାନେ ବିନା ଚେକିଂରେ ମଧ୍ୟ ମନଇଚ୍ଛା ଗାଡି ନମ୍ବର ଦେଇ ଜରିମାନା କରୁଥିବାର ଅଭିଯୋଗ ହୋଇ ଆସୁଛି । ଏଭଳି ଏକ ଘଟଣାରେ ସମ୍ବଲପୁରର ଧନୁପାଲି ଥାନାଞ୍ଚଳ ଦେଇ କ୍ଷେତରାଜପୁର ଅଞ୍ଚଳକୁ ସନ୍ଧ୍ୟା ସମୟରେ ଯାଉଥିବା ଏକ ହାଲୁକା ମାଲବାହୀ ୪ ଚକିଆ ଯାନ (ଓଡି -୦୨-ଏଭି-୪୭୪୦)ର ଚାଳକଙ୍କୁ ହେଲମେଟ ପରିଧାନ କରି ନଥିବାରୁ ୧ ହଜାର ଟଙ୍କା ଜରିମାନା କରାଯାଇଛି । ଏହି ଗାଡିର ମାଲିକ ସୁମିତ ମହାନ୍ତିଙ୍କ ମୋବାଇଲକୁ ଯାଇଥିବା ବାର୍ତ୍ତ ସୂଚନାନୁଯାୟୀ ଗାଡିର ଚାଳକ ହେଲମେଟ ପରିଧାନ କରି ନ ଥିବାରୁ ଧନୁପାଲି ଥାନାରେ କାର୍ଯ୍ୟରତ ଏସଆଇ ଧର୍ମେନ୍ଦ୍ର ଭୁଏ ନାମକ ଜଣେ ଅଧିକାରୀ ତାଙ୍କୁ ୧ ହଜାର ଟଙ୍କା ଜରିମାନା କରିଛନ୍ତି । ଏଭଳି ଅନେକ ଥର ଘଟୁଥିବା ବେଳେ, ପୁଲିସ ଓ ଟ୍ରାଫିକ ବିଭାଗ ସେମାନଙ୍କର ତ୍ରୁଟି ସୁଧାର କରୁ ନଥିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଅପରପକ୍ଷରେ ଏ ସର୍ମ୍ପକରେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚରାଯିବାରୁ ସେମାନେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି ।

Leave a Reply

Your email address will not be published. Required fields are marked *