ବାଲେଶ୍ୱର : ବାଲେଶ୍ୱରର ଏକଦା ଅପ୍ରତିଦ୍ୱନ୍ଦି ନେତା ଥିଲେ ଅରୁଣ ଦେ । ଯାହାଙ୍କ ନାମ ଶୁଣିଲେ ଅଟକିଥିବା କାମ ହୋଇଯାଉଥିଲା । କିନ୍ତୁ ସେ ଆଜି ରବିନ୍ଦ୍ରଜେନାଙ୍କ ପାଖରେ ସରଣ ପସିଥିବା ଶୁଣିବାକୁ ମିଳୁଛି । ଅରୁଣ ଦେ ଗତ ନିର୍ବାଚନରେ କଂଗ୍ରେସରୁ ପ୍ରର୍ଥୀ ହୋଇଥିଲା ବେଳେ ମାନସ ଦାସ ପଟ୍ଟନାୟକ କଂଗ୍ରେସ ଛାଡି ସ୍ୱାଧୀନରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ଯାହାର ଫଳ ସୋରୂପ କଂଗ୍ରେସଭୋଟ ଦୁଇଫାଳ ହୋଇଯାଇଥିଲା | ମାନସ ୨୪,୭୨୦ ଖଣ୍ଡ ଭୋଟ ପାଇଥିଲା ବେଳେ ଅରୁଣ ଦେ ୨୮,୬୫୦ଖଣ୍ଡ ଭୋଟ ପାଇ ୩ନମ୍ବର ସ୍ଥାନରେ ଥିଲେ ।

ଜୀବନ ପ୍ରଦୀପ ଦାସ ବିଜେଡିରୁ ୪୭,୬୧୫ଖଣ୍ଡ ଭୋଟ ପାଇ ଜିତିଥିଲେ । ଯାହା ସ୍ପଷ୍ଟ କରିଥିଲା ଜଦି କଂଗ୍ରେସର ଗୋଷ୍ଟି କନ୍ଦଳ ନଥାନ୍ତା ତାହାଲେ କଂଗ୍ରେସ ବହୁ ଭୋଟରେ ବିଜେଡି ଠାରୁ ଜିତି ଥାଆନ୍ତା କିନ୍ତୁ ଅରୁଣ ଦେଙ୍କୁ ହରେଇବା ପାଇଁ ମାନସ ରଚିଥିବା ଯୋଜନାରେ ସଫଳ ହୋଇଥିଲା ବେଳେ ଅରୁଣ ସୋଚନିୟ ପରାଜୟରେ ଭାଙ୍ଗିପଡିଥିଲେ । ତେବେ ଗତ ନିର୍ବାଚନ ପରଠୁ ଦେଖାଦେଉନଥିବା ମାନସ ଏବେ ନିରଞ୍ଜନଙ୍କ ସାଇଟ୍ ରେ ବୁଲିଲେଣି ତାଙ୍କ ବୁଲା ଦେଖି ଅରୂଣ ରବିନ୍ଦ୍ର ଜେନାଙ୍କ ସାଇଟ୍ ରେ ମଝିରେ ମଝିରେ ବୁଲୁଛନ୍ତି । ତେବେ ଜୀବନଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ବାଲେଶ୍ୱର ବିଜେଡି ବାଶୀ ଏଥର ନୂଆ ମୁହଁ ଚାହୁଁଥିଲା ବେଳେ ଅରୁଣ ହୋଇପାରନ୍ତି ବିଜେଡି ପ୍ରାର୍ଥୀ । ତେବେ ମାନସ ଏବଂ ଅରୁଣଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ୍ୟ ହେବାର ସମ୍ବାବନା ଦେଖାଦେଇଥିଲା ବେଳେ ବଳିପଡିବେ ମଙ୍ଗୁ ଓ ଜୀବନ ।
