ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର : ବନ୍ଦ ଥିଲା ଡାକ୍ତରଖାନା, ଖୋଲା ଆକାଶ ତଳେ ସନ୍ତାନ ଜନ୍ମ କଲେ ଗର୍ଭବତୀ

କାମାକ୍ଷାନଗର : ସରକାର ଡାକ୍ତରଖାନାର ଉନ୍ନତି ପାଇଁ କେତେକଣ ଯୋଜନା କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଡାକ୍ତରଖାନା ଅଛି ରୋଗୀ ଆସୁଛନ୍ତି କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ, ଏପରିକି ଡାକ୍ତରଖାନା ବନ୍ଦ ରହୁଥିବା ଅଭିଯୋଗ ହୋଇଛି । ଏଭଳିଆ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ଡାକ୍ତରଖାନାରେ । ଆଜି ରହଣି ଗାଁର ସନ୍ତୋଷ ନାୟକଙ୍କ ପତ୍ନୀ ଦେବକୀ ନାୟକଙ୍କର ପ୍ରସବ ବେଦନା ହେବାରୁ ସନ୍ଧ୍ୟା ୭ଟାରେ ଡାକ୍ତରଖାନାକୁ ପହଞ୍ଚିଥିବା ବେଳେ କୌଣସି କର୍ମଚାରୀ ନଥିଲେ ଆଉ ଡାକ୍ତରଖାନା ମଧ୍ୟ ବନ୍ଦ ଥିଲା । ଏଠାରେ ଦୀର୍ଘ ୧ ଘଣ୍ଟା ଅପେକ୍ଷା କରିବା ପରେ ଡାକ୍ତରଖାନା କ୍ୟାମ୍ପସ ଭିତରେ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ତାପରେ ଡାକ୍ତରଖାନା ଖୋଲିଲେ ଆଉ ପ୍ରସୂତି ସହିତ ଛୁଆକୁ ଭିତରକୁ ନେଇଥିଲେ, ଯାହାକି ଏଠାରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ଏହି ଖବର ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

Leave a Reply

Your email address will not be published. Required fields are marked *