ଖୋର୍ଦ୍ଧା : ସ୍ପଷ୍ଟ ଦିବା ଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି । ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ । ଘଟଣା ଘଟିଛି ନିରାକାରପୁର ଥାନା ଖଜୁରିପଡା ଗାଁ ରାସ୍ତାରେ ।
ଭାରତ ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁ ସାହୁ ମହିଳା ଗ୍ରୃପରୁ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ମାଡମାରି ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି । ଗୋପବନ୍ଧୁଙ୍କ ଠାରୁ ୧,୧୨,୦୦୦ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
