ବାଲେଶ୍ୱର : ଡରାଇ ଧମକାଇ ବିରୋଧି ଦଳର ନେତାଙ୍କୁ ଦଳରେ ମିଶାଇବାକୁ ଚାପ ପକାଉଛନ୍ତି ମନ୍ତ୍ରୀ । ମନ୍ତ୍ରୀ ନିଜର ପଦ ବଞ୍ଚାଇବାକୁ ଏଭଳି ପ୍ରୟାସ କରୁଥିବା ବିଜେପି ନେତା କହିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି ।
ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସିମୁଳିଆର ବିଜେପି ନେତା ପଦ୍ମଲୋଚନ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଖଇରା ଝିଙ୍କିରିଆ ପଞ୍ଚାୟତର ବିଜେପି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନି ଏବଂ ତାଙ୍କ ସ୍ୱାମୀଙ୍କୁ ବିଜେଡିରେ ମନ୍ତ୍ରୀ ଚାପ ପକାଇ ସାମିଲ କରାଇଥିଲେ । ତେବେ ଉଭୟ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଜେପିରେ ରହିଥିବା ସ୍ପଷ୍ଟ କରିଛନ୍ତି ।
