ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଖୋର୍ଦ୍ଧା, କଟକ ଓ ଭୁବନେଶ୍ଵର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି ।

ଖବର ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜଗନ୍ନାଥଙ୍କ ଭୁବନେଶ୍ଵର ରଘୁନାଥପୁର ସ୍ଥିତ ରୟଲ ଲଗୁନ ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ଦୁଇଟି ୩ ମହଲା ବିଶିଷ୍ଟ ଘର, ରଘୁନାଥପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ରଘୁନାଥପୁରରେ ଥିବା ଗୋଟିଏ ମହଲା ବିଲ୍ଡିଂ, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, କଳାରାହଙ୍ଗ ସ୍ଥିତ ଅଫିସ୍, ରଘୁନାଥପୁରରେ ଥିବା ଅନ୍ୟ ଏକ ଫ୍ଲାଟ୍, କଟକ ବାଙ୍କୀ ଚାରିଘରିଆ ସ୍ଥିତ ଘରେ ରେଡ୍ ଚାଲିଛି ।

ଏହି ଚଢାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନସ୍‌ପେକ୍ଟର ସାମିଲ ଅଛନ୍ତି । ଚଢାଉ ବେଳେ ଜଗନ୍ନାଥଙ୍କ ଘରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ଜଗନ୍ନାଥଙ୍କ ସମ୍ପତ୍ତିର ମୂଲ୍ୟ ସଠିକ୍ ଆକଳନ ହୋଇନାହିଁ । ଚଢାଉ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *