ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଶୁଳ୍କ ସେବା, ମାଗଣାରେ ଲାଗିଲା କୁତ୍ରିମ ଗୋଡ଼

ନୂଆଦିଲ୍ଲୀ : ଦୁଇ ବର୍ଷ ପୂର୍ବେ ହରାଇଥିଲେ ଗୋଟେ ଗୋଡ । ଦୁର୍ଘଟଣାରେ କଟିଯାଇଥିଲା ଗୋଟେ ଗୋଡ ।  ସେବେ ଠୁ ସାଧାରଣ ମଣିଷ ପରି ଚଲାବୁଲା କରିବାର ଆଶା ଛାଡିଦେଇଥିଲେ ବ୍ୟକ୍ତି । ଆଶା ବାଡି ସାହାଯ୍ୟରେ ଚଲାବୁଲା କରୁଥିଲେ । କଷ୍ଟେମଷ୍ଟେ କଟୁଥିଲା ଜୀବନ । ଏବେ ସମାଜସେବୀଙ୍କ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ମାଗଣାରେ ଗୋଡ ଲଗାଯାଇଛି । ଯାଜପୁରର  ସୁବ୍ରତ ଆଚାର୍ଯ୍ୟ ଦୁର୍ଘଟଣାରେ ଗୋଟେ ଗୋଡ ହରାଇଥିଲେ । ନିକଟରେ ଭୁବନେଶ୍ବରରେ ବ୍ରଦରହୁଡ଼ ଫାଉଣ୍ଡେସନ ପକ୍ଷରୁ ମାଗଣାରେ ତାଙ୍କର ଗୋଡ ଲଗାଯାଇଛି । ନିଶୁଳ୍କ ଭାବେ ଯାଜପୁରରୁ ତାଙ୍କୁ ଆଣି କୁତ୍ରିମ ଗୋଡ଼ ଲଗାଯାଇଛି । ଘରର ଏକମାତ୍ର ରୋଜଗରିଆ ପୁଅ ଜୀବନରେ ବଂଚିବା ରାହା ଛାଡିଦେଇଥିଲେ । ସବୁବେଳେ ଆଶା ବାଡ଼ି ଧରି ଚାଲୁଥିବା ସୁବ୍ରତଙ୍କୁ ଯେମିତି ମିଳିଛି ଆଉ ଏକ ନୂଆ ଜୀବନ । କୁତ୍ରିମ ଗୋଡ଼ ପାଇ ବେଶ୍ ଖୁସି ଅଛନ୍ତି ସୁବ୍ରତ । ଗତ ଦୁଇ ବର୍ଷ ଧରି ଅନେକ କଷ୍ଟ ସହୁଥିଲେ ସୁବ୍ରତ । ତାଙ୍କର କିଛି ଭିଡ଼ିଓ ଫେସବୁକରେ ଦେଖିବା ପରେ ସାମଜସେବୀ ସତ୍ୟଜିତ ସେନାପତି ତାଙ୍କ ସହ ଯୋଗାଯୋଗ କରିଥିଲେ । କୁତ୍ରିମ ଗୋଡ଼ ଲଗାଯିବା ପୂର୍ବରୁ ତାଙ୍କର ସମସ୍ତ ସ୍ବାସ୍ଥ୍ୟଗତ ପରୀକ୍ଷା ହୋଇଥିଲା । ନୂଆ ଜୀବନ, ନୂଆ ରାହା ନେଇ ବଞ୍ଚୁବାକୁ ଚାହୁଁଥିବା ଦିବ୍ୟଙ୍ଗ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଭାବେ କୁତ୍ରୀମ ଅଙ୍ଗ ଲଗାଇବାକୁ ପ୍ରୟାସ ଜାରି ରହିଛି । ଏଭଳି ନିଆରା କାର୍ଯ୍ୟ ପାଇଁ ସମାଜସାବୀଙ୍କୁ ଲୋକେ ଖୁବ୍‌ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *