ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ସମସ୍ୟା । ଡାୟାଲିସିସ ସେବା ବ୍ୟାହତ । ମେଡିକାଲରେ ଦିନକୁ ୪ ସିଫ୍ଟରେ ମୋଟ ୨୪ ଜଣ ରୋଗୀଙ୍କ ଡାଏଲେସିସ କରାଯାଇଥାଏ । ସପ୍ତାହରୁ ଉର୍ଦ୍ଧ୍ୱ ହେବ ଏଠାରେ ଲୋ-ଭଲଟେଜ ସମସ୍ୟା ଲାଗି ରହିଛି । ଫଳରେ ଠିକ ଭାବେ ଡାଏଲେସିସ ସୁବିଧା ଲୋକେ ପାଇ ପାରୁନାହାନ୍ତି ।
ଦିନକୁ ୪ଟି ସିଫ୍ଟ ବଦଳରେ ୨ଟି ସିଫ୍ଟରେ ଉକ୍ତ ସେବା ସୀମିତ ହୋଇ ରହିଯାଉଛି । କୀଡନି ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ କୀଡନି ରୋଗୀ ଅଛନ୍ତି ଯେଉଁ ମାନଙ୍କୁ ସପ୍ତାହକୁ ୨ ରୁ ୩ ଥର ଡାୟାଲେସିସ କରିବାକୁ ପଡିଥାଏ । ଯାହା ସରକାରୀ ଚିକିତ୍ସାଳୟରେ ମାଗଣାରେ ଉପଲବ୍ଧ ହେଉଥିବାବେଳେ ଘରୋଇ ଚିକିତ୍ସାଳୟରେ ୧୦ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ । ଯାହାକି ସାଧାରଣ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସହଜ ହୋଇନଥାଏ । ଉକ୍ତ ସମସ୍ୟାର ସମାଧାନ ହେବା ସହ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ଜନସାଧାରଣଙ୍କ ମଧ୍ୟରେ ଦାବି ହୋଇଛି ।
