ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି ୫୦କିମି ରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ଘଡଘଡି ଓ ବର୍ଷା ଅଞ୍ଚଳକୁ ଥରହର କରିଥିଲା । ଘୂର୍ଣିଝଡ଼ରେ ତୁରୁମୁଙ୍ଗା ବିଦ୍ୟୁତ ବିଭାଗର ପ୍ରବଳ କ୍ଷତି ଘଟିଛି । ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା, ତାର ଛିଡିବା ଓ ବଜ୍ରାଘାତରେ ବିଦ୍ୟୁତ ଶଙ୍ଖ ଫାଟି ଉଡ଼ିଯାଇଛି । ରାଜନଗର, ଚେମଣା ଧନୁଞ୍ଜୟପୂର୍ ଆଦି ଗ୍ରାମରେ ବହୁ ଟାଇଲି, ଛପର ଓ ଆଜବେଷ୍ଟସ ଉଡିଯାଇଛି । ରାଜନଗର ଦଧିବାହନ ଜୀଉଙ୍କ ମନ୍ଦିର ଚନ୍ଦନ ମଣ୍ଡପ ଉପରେ ଗଛ ପଡିବାରୁ ଏହା ଭାଙ୍ଗି ଯାଇଛି । ରାଜନଗର ମଝି ସାହିରେ ଚନ୍ଦନ ନାଏକ ଓ ଘନ ନାଏକଙ୍କ ଘର ଉପରେ ଗଛ ଭାଙ୍ଗି ପଡିବାରୁ ଛପର ଭାଙ୍ଗିଛି । ରାସ୍ତାଘାଟରେ ତାର ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଜଣାପଡିଛି ।
