ମୋବାଇଲ ଫୋନ ଫାଟି ମହିଳା ଗୁରୁତର ଆହତ

ଆନନ୍ଦପୁର : ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଓସ୍ତପୁରା ଗ୍ରାମରେ ମୋବାଇଲ ଫାଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ହେଲେ ସେହି ଗ୍ରାମର ସାନ୍ତାଳି ସାହିର ଘାସିରାମ ମାରାଣ୍ଡିଙ୍କ ପତ୍ନୀ କାରମୀ ମାରାଣ୍ଡି(୫୦) । ଗତକାଲି କାରମୀ ପୂର୍ବାହ୍ନ ୧୧ଟାବେଳେ ଘର କାମରେ ବ୍ୟସ୍ତ ଥିବାବେଳେ ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରିବା ପାଇଁ ମୋବାଇଲ ଆଣିଥିଲେ । ତେବେ ମୋବାଇଲଟି ଧରିବାମାତ୍ରେ ଏହା ଫାଟି ଯାଇଥିଲା । ଫଳରେ ତାଙ୍କର ବାମ ହାତ ପାପୁଲି ସମେତ ତିନୋଟି ଆଙ୍ଗୁଳିରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ସେହିପରି ଅନ୍ୟ ଏକ ଘଟଣାରେ ଦେବଗଡ ଜିଲ୍ଲାରେ ମୋବାଇଲ ଫୋନ ଫାଟି ଜଣେ ୬ ବର୍ଷର ବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲାର ଦୁଧିଆନାଳୀ ଗ୍ରାମରେ । ମିଳିଥିବା ସୂଚନା ଅନୁଯା‌ୟୀ, ଦୁଧିଅ‌ାନାଳୀ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ଆୟୂଷ (୬) ଆଜି ମୋବାଇଲରେ ଗେମ୍ ଖେଳୁଥିବା ସମୟରେ ଏପରି ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *