ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର, ପୁରୁଷ ଜେଟିପିଙ୍କ ନାଁରେ ଆସିଲା ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର । ଜଣେ ପୁରୁଷ ଜେଟିପି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ଜଣେ ପୁରୁଷ ସୁରକ୍ଷା କର୍ମୀ ମହିଳାଙ୍କୁ ଏଭଳି ଦୁର୍ବ୍ୟବହାର କରିବା କେତେ ଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖବର ଅନୁଯାୟୀ,  ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଜେଟିପି ତାଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ । କେବଳ ସେତିକି ନୁହେଁ ମହିଳାଙ୍କୁ ଧକ୍କା ଦେବା ସହ ତାଙ୍କୁ ସିଂହଦ୍ଵାର ବାହାରକୁ ଯିବା ପାଇଁ କହିଥିଲେ । ତେବେ ଘଟଣାର କିଛି ସମୟ ପରେ ଜଣେ ମହିଳା ପୋଲିସ ଆସି ସମ୍ପୃକ୍ତ ମହିଳାଙ୍କୁ ଶ୍ରୀମନ୍ଦିର ଭିତରକୁ ନଯିବା ପାଇଁ ତାଗିଦ୍ କରିଥିଲେ । କିନ୍ତୁ ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ଯିବେ ବୋଲି ଚିତ୍କାର କରିବା ସହ ସିଂହଦ୍ଵାର ଅରୁଣ ସ୍ତମ୍ବ ଠାରେ ବସି ରହିଥିଲେ ।

ମହିଳାଜଣକ ଗତ ଦୁଇ ଦିନ ପୂର୍ବେ ରାତିରେ କୋଇଲି ବୈକୁଣ୍ଠ ଭିତରେ ଲୁଚିକି ରହିଥିବା ବେଳେ, ତାଙ୍କୁ ପୋଲିସ ଓ ଜେଟିପି ବାହାରକୁ ବାହାର କରିବା ପରେ ଶ୍ରୀମନ୍ଦିର ସୋଧ କରାଯାଇଥିଲା ବୋଲି ଜେଟିପି ଅଭିଯୋଗ କରିଛନ୍ତି । ସେଥିପାଇଁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ ବୋଲି ଜେଟିପି କହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ କାହିଁକି ମହିଳା ପୋଲିସଙ୍କୁ ମୁତୟନ କରାଯାଉନାହିଁ । ଜଣେ ପୁରୁଷ ସୁରକ୍ଷା କର୍ମୀ ମହିଳାଙ୍କୁ ଏଭଳି ଦୁର୍ବ୍ୟବହାର କରିବା କେତେ ଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *