ଭୁବନେଶ୍ୱର : ଗତକାଲି(ଗୁରୁବାର)ଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ କପି କରି ୨୯ ଜଣ ଛାତ୍ରଛାତ୍ରୀ ଧରା ପଡିଛନ୍ତି । ୪ ଟି ଜୋନ୍ ମଧ୍ୟରୁ ୩ ଟି ଜୋନରେ କପି କରି ଧରା ପଡିଛନ୍ତି ୨୯ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି ।
ସୂଚନା ଅନୁସାରେ, ଗୁରୁବାର ପରୀକ୍ଷା ଚାଲିଥିଲା ବେଳେ ସମ୍ବଲପୁର ଜୋନରୁ ୧୧ ଜଣ, ବାରିପଦା ଜୋନରୁ ୧୦ ଜଣ ଓ ସେଣ୍ଟ୍ରାଲ ଜୋନରୁ ୮ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ କପି କରୁଥିବା ବେଳେ ଧରା ପଡିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ପରୀକ୍ଷା ହୋଇଥିଲା । ତେବେ କୋଭିଡ କଟକଣା ମଧ୍ୟରେ ପ୍ରଥମ ଦିନର ସାଦିତ୍ୟ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।
