ଜାତୀୟ ରାଜପଥ ଦୂରତା ସୂଚନା ଫଳକରେ ତ୍ରୁଟି

ଫୁଲବାଣୀ : ଦାରିଙ୍ଗବାଡ଼ି ଦେଇ ଯାଇଅଛି ଗୋପାଳପୁର ଠାରୁ ରାୟପୁରକୁ ୫୯ ନମ୍ବର ଜାତୀୟ ରାଜପଥ । ଯାତ୍ରୀମାନଙ୍କୁ ଏହି ୫୯ ନମ୍ବର ଜାତୀୟ ରାଜପଥରୁ ବିଭିନ୍ନ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କେଉଁ ସ୍ଥାନକୁ କେତେ ଦୂରତା ସୂଚନା ଦେବା ପାଇଁ ୫୯ ନମ୍ବର ରାଜପଥର ମୁଖ୍ୟ ମୁଖ୍ୟ ସ୍ଥାନରେ ଜାତୀୟ ରାଜପଥ ତରଫରୁ ବୋର୍ଡ ଲଗାଯାଇଛି । ତେବେ ଦାରିଙ୍ଗବାଡ଼ି ଠାରେ କିଛି ଦିନ ପୂର୍ବରୁ ଚାରି ଛକ ତଳେ ଲଗାଯାଇଥିବା ଦୂରତା ସୂଚନା ବୋର୍ଡରେ ଗୋଟିଏ ପାର୍ଶ୍ଵରେ ସବୁକିଛି ଠିକ ଠାକ ଲେଖା ହୋଇଥିବା ବେଳେ ଅପର ପାର୍ଶ୍ଵରେ ଜାତୀୟ ରାଜପଥ (ଏନଏଚ୍‍) ୫୯ ସ୍ଥାନରେ ଏଚ୍‍ଏନ ୫୯ ବୋଲି ଲେଖା ହୋଇଛି । ଏହା ଦ୍ୱାରା ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀମାନେ ଭ୍ରମିତ ହେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ବୋର୍ଡରେ ଉଲ୍ଲେଖ ହୋଇଥିବା ଲେଖାକୁ ସଂଶୋଧନ କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *