କୋରାପୁଟ : ନନ୍ଦପୁର ଥାନା ଡାଙ୍ଗବୀର ଗାଁରେ ୨ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ରାତିଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଗ୍ରମାବାସୀମାନେ ୨ ଅବାକାରୀ କର୍ମଚାରୀଙ୍କ ସହ ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଅବାକରୀ କର୍ମଚାରୀମାନେ କୌଣସି କାରଣରୁ ଡାଙ୍ଗବୀର ଗାଁକୁ ଯାଇଥିଲେ । ବିଳମ୍ବିତ ରାତି ହୋଇଥିବାରୁ ଗ୍ରାମବାସୀମାନେ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ କର୍ମଚାରୀମାନେ ଘରୋଇ ଗାଡିରେ ଯାଇଥିବାରୁ ସନ୍ଦେହରେ ସେମାନେ ଅଟକ ରଖିଛନ୍ତି ।
