ଗଞ୍ଜାମ : ଗଞ୍ଜାମ ଗଡ଼ହୁମାରେ ଅଘଟଣ । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ୨ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଶିଶୁ ହେଲା ଗଡ଼ହୁମା ଗ୍ରାମ ସୁନିତା ମହାରଣାଙ୍କ ପୁଅ ଝିଅ ରୁଦ୍ର ଏବଂ ପ୍ରିୟାଂଶୀ ମହାରଣା । ରବିବାର ରାତ୍ରୀ ଭୋଜନ ଖାଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ ମାଆ ସହ ଦୁଇ ଜଣ ଶିଶୁ । ସମସ୍ତଙ୍କର ବାନ୍ତି ହୋଇଥିଲା । ପରେ ଦୁଇଜଣ ଶିଶୁଙ୍କୁ ଛତ୍ରପୁର ମେଡିକାଲରେ ଚିକତ୍ସା ବେଳେ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ମାଆ ସୁନିତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।
