ଏମ୍‌ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର : କୋଭିଡ଼ରେ ମୃତ ବାପା, ମା’ ଙ୍କ ପିଲାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସୁଯୋଗ । ଏମ୍‌ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେନ୍ଦ୍ରୀୟ ବିଦ୍ୟାଳୟ ।

ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ । ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟରେ ବର୍ଷକୁ ୧୦ ଓ ଗୋଟିଏ ଶ୍ରେଣୀରେ ୨ ଜଣଙ୍କୁ ‌ଆଡମିଶନ ଦିଆଯିବ ।

ଗତ ଦୁଇ ବର୍ଷ ଧରି ସାରା ଦେଶକୁ କଲବଲ କରି ରଖିଛି କୋଭିଡ ମହାମାରୀ । ଖାସ କରି କେତେ ଜୀବନ ଉଜାଡି ଦେଇଛି ଏହି ଭୂତାଣୁ । କିଏ ସ୍ୱାମୀଙ୍କୁ ହରାଇଛି କିଏ ପରିଜନ । ଆଉ କିଏ ଏଥିରେ ଅନାଥ ବି ହୋଇଛନ୍ତି । ବାପା, ମା’ଙ୍କୁ ହରାଇ ବେସାହାର ହୋଇପଡିଛନ୍ତି ଅନେକ ଛୋଟ ଛୋଟ ଶିଶୁ ।

ତେବେ ଏହି ପିଲାଙ୍କୁ ଥଇଥାନ କରିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ ଶିଶୁ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *