ପୁଣି ମାତିଲେ ଲାଲ ବାହିନୀ; ଯାତ୍ରୀଙ୍କୁ ଅଟକାଇ ଜାଳିଦେଲେ ବସ୍

ମାଲକାନଗିରି : ପୁଣି ମାତିଲେ ଲାଲ ବାହିନୀ । ଦୀର୍ଘ ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ନବରଙ୍ଗପୁର ଜିଲା ଉମରକୋଟ ଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରେଇ ବସ୍‌କୁ ଜାଲି ଦେଇଛନ୍ତି ମାୱବାଦୀ ।

ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କୁର୍ତୁରରେ ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ ବସ୍‌କୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ପରେ ବସ୍‌ରୁ ଡିଜେଲ କାଢି ବସ୍‌ଟିକୁ ସଂପୂର୍ଣ୍ଣ ଜାଳି ଦେଇଥିଲେ ।

ସେପଟେ ଆଜି ମାଓବାଦୀ ମାନେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଥିବା ବେଳେ, ମୁଖ୍ୟ ରାଜପଥରେ ଏଭଳି କାଣ୍ଡ କରି ପୋଲିସକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି । ଘଟଣା ପରେ ପୋଲିସ ଓ ସିଆର୍‌ପିଏଫ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *