ସରପଞ୍ଚଙ୍କ ସହିତ ୱାର୍ଡମେମ୍ବର ନେଲେ ଶପଥ, ପଂଚାୟତ ହେବ ଆଦର୍ଶ ପଂଚାୟତ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଂଚାୟତରେ ଆଜି “ଆଜାଦି କା ଅମ୍ରିତି ମହୋତ୍ସବ ଉପଲକ୍ଷେ ଜାତୀୟ ପଂଚାୟତରାଜ ଦିବସରେ ସତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେଇଚି l ସରପଞ୍ଚଙ୍କ ଅଧ୍ୟକ୍ଷତା ବୈଠକରେ ସମସ୍ତ ୱାର୍ଡମେମ୍ବର ଅଙ୍ଗନବାଡି, ଆଶା, ସ୍କୁଲର ଶିକ୍ଷକ ଏବଂ ପଂଚାୟତ ବାସୀ ଯୋଗଦାନ କରିଥିଲେ l ପଂଚାୟତ ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା ହୋଇଥିଲା l

ପଂଚାୟତ ଯେମିତି ସବୁ ବର୍ଗର ଜନସାଧାରଣଙ୍କୁ ମହିଳା ଯୁବବର୍ଗ, ଶିଶୁ, ଭିନ୍ନବର୍ଗ, ଛୋଟ ବ୍ୟବସାୟୀ, କୃଷକ ମତ୍ସଯିବି ମାନଙ୍କୁ ଲାଭବାନ ହେବା ଉପରେ ସରପଞ୍ଚ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଗ୍ରାମସଭା ଶେଷରେ ସମସ୍ତ ୱାର୍ଡମେମ୍ବର ଓ ସରପଞ୍ଚ ମିଶି ଏକ ସଂକଳ୍ପ ପାଠ କରିଥିଲେ l ଏଥିରେ ୱାର୍ଡ ମେମ୍ବରମାନେ ସରପଞ୍ଚ ସହିତ ମିଶି ପଂଚାୟତକୁ ଦରିଦ୍ର ମୁକ୍ତ, ପ୍ରତ୍ୟେକ ଘରକୁ ରାସ୍ତା ଓ ବିଦ୍ୟୁତ, ପିଇବା ପାଣି ପହଞ୍ଚିବା ସହିତ ସ୍କୁଲର ଉନ୍ନତି ଉପରେ ଦୃଢ଼ ସଂକଳ୍ପ ନେଇଥିଲେ l ଗ୍ରାମବାସୀମାନେ ବିଭିନ୍ନ ଅସୁବିଧା ସମ୍ପର୍କରେ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ l

Leave a Reply

Your email address will not be published. Required fields are marked *