5T କୁ ଉପହାସ : ତିନି ଶିକ୍ଷକ ସହିତ ତିନି ପିଅନକୁ ନେଇ ଚାଲୁଛି ରାଜଘରପୋଖରୀ ଉଚ୍ଚ ବିଦ୍ୟାଳୟ, ବିଇଓ ଠାରୁ ଡିଇଓ, ନେତା ଠାରୁ ବିଧାୟକ ସାଜିଛନ୍ତି ମୁକ

ଭଦ୍ରକ : 5T କୁ ଆଳକରି ଚାଲିଛି ସ୍କୁଲ ଉନ୍ନତିକରଣ କାର୍ଯ୍ୟ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ହାଇଟେକ ସୁବିଧା, ପିଲା ପଢିବେ ସୁବିଧାରେ ଦେଶର ହେବ ଉନ୍ନତି । ହେଲେ ବାସ୍ତବିକ ଚିତ୍ର କିନ୍ତୁ ଅଲଗା କିଛି ବିଦ୍ୟାଳୟକୁ 5T ଆଳରେ ଚାଲିଛି ଚକାଚକ ନିର୍ମାଣ କାର୍ଯ୍ୟ । କିନ୍ତୁ କିଛି ସ୍କୁଲରେ ପାଠ ପଢେଇବାକୁ ଶିକ୍ଷକ ନାହାନ୍ତି । ଏମିତି ଏକ ବିଦ୍ୟାଳୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀକୁ ମିଶାଇ ପାଖାପାଖି ୧୮୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ, ମାତ୍ର ପ୍ରଧାନ ଶିକ୍ଷକଙ୍କୁ ମିଶାଇ ତିନି ଜଣ ଶିକ୍ଷକ । ତେଣୁ ପିଲାମାନଙ୍କୁ ଏବେ ପାଖ ପଞ୍ଚାୟତରେ ଥିବା ସ୍କୁଲକୁ ଅଭିଭାବକ ପଠାଉ ଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *