ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡ଼ିହି ଥାନା ରାଜଘରପୋଖରୀ ମାର୍କେଟ ନିକଟରେ ଏକ ପୋଖରୀଆଡି ଉପରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ମୃତ୍ୟୁଦେହ l ଘଟଣା ସ୍ଥଳରେ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଛି l ମୃତ୍ୟୁ ବ୍ୟକ୍ତିର ବେକରେ ଅଧା ଗାମୁଛା ଲାଗିଥିବା ବେଳେ ଅଧା ଗାମୁଛା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି l
