ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ପାଣି ପାଇଁ ରାସ୍ତାରୋକ କରିଛନ୍ତି ମହିଳାମାନେ । ପଦ୍ମପୁର ଠାରୁ ଗାଇସିଲେଟ ରାସ୍ତା ବଡପଡା ଛକରେ ରାସ୍ତା ରୋକ କରିଛନ୍ତି ମହିଳା । ପାଇପ ଯୋଗେ ପାଣି ଆସୁନାହିଁ ତେଣୁ ଲୋକେ ଡହକ ବିକଳ ହେଉଛନ୍ତି । ପାଣି ଟାଙ୍କି ଯୋଗେ ଯେଉଁ ପାଣି ଯୋଗାଯାଉଛି ତାହା ଆବଶ୍ୟକତା ମୁତାବକ ହେଉନାହିଁ । ସହରରେ ପ୍ରାୟ ସବୁସ୍ଥାନରେ ଏହି ସମସ୍ୟା କିଛିଦିନ ହେବ ଲାଗି ରହିଛି ହେଲା ଏବେ ଏହି ପଡାବାସୀ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ସେମାଙ୍କ ପାଣିର ସମସ୍ୟାର ସମାଧାନ ନହେବା ଯାଏ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ ଧରିଛନ୍ତି ।
