ପର୍ଶୂ ଧଡା ଟିକେଟ ନପାଇଲେ ବିଜେଡି ସୋରରେ ଭାସିଜିବ

ସୋର : ବିଭିନ୍ନ ଗଣ ମାଧ୍ୟମରେ ସୋର ବିଧାୟକ ପର୍ଶୁରାମ ଧଡାଙ୍କୁ ଆସନ୍ତା ବିଧାୟକ ନିର୍ବାଚନରେ ଟିକଟ ନମିଳିବା ନେଇ ଖବର ପ୍ରକାଷ ପରେ ସୋରରେ ଏହାକୁ ନେଇ ପର୍ଶୁରାମ ଧଡାଙ୍କ ସମର୍ଥକଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ବିଜେଡି କର୍ମି ମତ ରଖିକହିଛନ୍ତି ପର୍ଶୁ ଧଡାହିଁ ଉପଯୁକ୍ତ ପ୍ରାର୍ଥୀ ।

ଦିର୍ଘଦିନ ଧରି କଂଗ୍ରେସର ଦୋରାତ୍ମ୍ୟରେ ଥିବା ସୋର ବାସିଙ୍କୁ କିଏ ଜଦି ମୁକୁଳିବାର ରାସ୍ତା ଦେଖେଇଛି ସେ ହେଉଛନ୍ତି ଆଜିର ବିଧାୟକ ପର୍ଶୁରାମ ଧଡା । ତେବେ ସେ ରାସ୍ତା ହେଉକି ରାସ୍ତା ପାଶ୍ୱର୍ର ଆଲୋକି କରଣ ହେଉ, କି ସୋରର ଉଡନ୍ତା ପୋଲ ସବୁଥିରେ ତାଙ୍କରି ଭୂମିକା ରହିଛି । ତାଙ୍କୁ ଜଦି ଟିକଟ ନମିଳେ ତାହାଲେ ବିଜେଡି ବୋଧେ ପୁଣି ୨୦ବର୍ଷତଳକୁ ଖସିଜିବ । ଜୁବନେତା ଲୋକନାଥ ରାଉତ କହିଛନ୍ତି ନବିନ ପଟ୍ଟନାୟକ ଆମ ନେତା ବିଜୁପଟ୍ଟନାୟକ ଆମ ଆଦର୍ଶ ପର୍ଶୁ ଭାଇ ଆମ ବର୍ତ୍ତମାନ ଓ ଭବିଶ୍ୟତ । ମିଛ ପ୍ରଚାର ହେଉଛି । ଠିକ୍ ସମୟରେ ଠିକ୍ ନିସ୍ପତି ଦଳର ସୁପ୍ରିମୋ ନେବେ ପୁଣି ପର୍ଶୁ ରାମ ଧଡା ବିଧାୟକ ହେବେ ଏବଂ ମନ୍ତ୍ରୀବି ହେବେ ।

Leave a Reply

Your email address will not be published. Required fields are marked *