ଇଏ କେମିତିକା ଆନ୍ଦୋଳନ ? ଐତିହ୍ୟ ଘୋଡ଼ା ଉପରେ ଚଢ଼ି ନାଚିଲେ, କୁଦିଲେ

ଭୁବନେଶ୍ବର : ଦାବି ପୂରଣ ପାଇଁ ଗତକାଲି ପୂରା ରାଜଧାନୀକୁ କବ୍‌ଜା କରିନେଲେ ଓଡ଼ିଶା ଡ୍ରାଇଭର ମହାସଂଘର ଲକ୍ଷାଧିକ ଆନ୍ଦୋଳନକାରୀ । ହିଂସାକାଣ୍ଡ ଘଟାଇଲେ, ମାଡ଼ ମାରିଲେ । ଏମିତିକି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଐତିହ୍ୟ ଘୋଡ଼ା ଉପରକୁ ଚଢ଼ିଗଲେ । ଯାହାକୁ ରାଜଧାନୀର ପରିଚୟ କୁହାଯାଏ, ସେହି ଘୋଡ଼ା ଉପରେ ନାଚିଲେ, କୁଦିଲେ । ଏହା ବୁଦ୍ଧିଜୀବୀ, ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି । ନିଜର ହକ୍ ପାଇଁ ଆନ୍ଦୋଳନ କରିବା ସମସ୍ତଙ୍କର ଗାଣତାନ୍ତ୍ରିକ ଅଧିକାର । କିନ୍ତୁ ଐତିହ୍ୟକୁ ଏପରି ଅସମ୍ମାନ କରିବା ଲଜ୍ଜାଜନକ ଘଟଣା ବୋଲି ମତପ୍ରକାଶ ପାଇଛି । ମନ୍ଦିରମାଳିନୀ ଭୁବନେଶ୍ବରରେ ଐତିହ୍ୟ ଓ ସ୍ଥାପତ୍ୟକୁ କୁଠାରାଘାତ କରିବା ସହିତ ଅସମ୍ମାନ କରିବା ନିନ୍ଦନୀୟ ବୋଲି କହିଛନ୍ତି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ।

Leave a Reply

Your email address will not be published. Required fields are marked *