ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଲାଗିବା ଘଟଣାରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ମାମଲା ରୁଜୁ

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କ ନାମରେ ସ୍ଥାନୀୟ ପୁଲିସ ଏକ ମିଥ୍ୟା ମାମଲା ରୁଜୁ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଗୋଡ଼ରେ ବେଡ଼ି ଲଗାଇଦେବା ଘଟଣାରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ଅଭିଯୋଗକ୍ରମେ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ପିସିଆଇ ଆଇନ ୧୯୭୮ ର ଧାରା ୧୩ ଅନୁସାରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଚିବ ଅନୁପମା ଭଟ୍ଟନଗର ପୁଲିସ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଯଥା ସମୟରେ ସୂଚାଇ ଦିଆଯିବ ବୋଲି ଉକ୍ତ ପତ୍ରରେ ସୂଚାଇ ଦିଆଯାଇଛି ।

ସୂଚନା ଯେ, ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ଓ ସବଇନ୍ସପେକ୍ଟର ସୁବର୍ଣ୍ଣ ବେହେରା ଆକ୍ରୋଶମୂଳକ ଭାବେ ସ୍ଥାନୀୟ ସାମ୍ବାଦିକ ଲୋକନାଥ ଦଳେଇଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେବା ତଥା ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ନେଇ ଆନ୍ତର୍ଜାତିକ ସ୍ତରରେ ଆଲୋଡ଼ନ ଖେଳି ଯାଇଥିଲା । ଏପରିକି ଏହି ଘଟଣାରେ ବହୁ ଆନ୍ଦୋଳନ କରାଯାଇ ନୀଳଗିରିକୁ ବନ୍ଦ ମଧ୍ୟ କରାଯାଇଥିଲେ ହେଁ ରାଜ୍ୟ ପୁଲିସ ବିଭାଗ ଏଯାବତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାଯାଇଛି । କେବଳ ଉପରୋକ୍ତ ଦୁଇ ପୁଲିସ ଅଧିକାରିଣୀଙ୍କୁ ବାଲେଶ୍ୱର ମୁଖ୍ୟାଳୟକୁ ସ୍ଥାନାନ୍ତର କରି ପୁଲିସ ବିଭାଗ ଚୁପ ବସିବା ଘଟଣା ଅଞ୍ଚଳରେ ପୁଣିଥରେ ଆନ୍ଦୋଳନର ଦାନା ବାନ୍ଧୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *