ରବିନ୍ଦ୍ର ଚିନ୍ତା ମୁକ୍ତ : ସି ବି ଆ ଇ ବାଏ ବାଏ

ରବିନ୍ଦ୍ର ଜେନା ଏବେ ସିବିଆଇ ଚିନ୍ତାରୁ ମୁକ୍ତ ହୋଇଛନ୍ତି । ବାରମ୍ବାର ରବିନ୍ଦ୍ରଙ୍କୁ ସିବ ିଆଇର ଭୟ ଦେଖାଉଥିବା ବିରୋଧିଙ୍କ ମୁହଁ ବନ୍ଦ ହୋଇଯାଇଛି । ରବିନ୍ଦ ଜେନା ସି ସୋର ପାଖରୁ ଟଙ୍କା ନନେଇବି ସି ସୋର ପାଇଁ ଅଡୁଆରେ ରହିଆସି ଥିଲେ । ତେବେ ହାଇକୋର୍ଟରୁ ଜାମିନ୍ ଆଣି କିଛି ଦିନ ଆସ୍ୱସ୍ଥି ପାଇବା ପରେ ପୁଣି ଗତ କିଛିଦିନ ହେବ ତାଙ୍କୁ ସିବିଆଇ ଚିନ୍ତା ମାଡି ବସିଥିଲା ।

କିନ୍ତୁ ମମତାଙ୍କ ସିବିଆଇ ଆଟାକ ପରେ ଏକରକମ ସିବିଆଇ ନିସ୍କ୍ରିୟ ହୋଇପଡିଥିବା ବେଳେ କାଳେ ଓଡିଶାରେ ସେମିତି ପରିସ୍ତିତି ହେବ ତାକୁ ଲକ୍ଷ କରି ଓଡିଶାରେବି ସିବିଆଇ ନିସ୍କ୍ରିୟ ହୋଇ ପଡିଛି । ତେବେ ରବିନ୍ଦ୍ର ଜେନା ଆଗାମି ଦିନରେ ବାଲେଶ୍ୱର ସଂସଦ ପ୍ରର୍ଥୀ ନହେବା ନେଇ ଚର୍ଚା ଜୋର ଧରିଥିଲା ବେଳେ ଏବେ ସେ ଚର୍ଚା ଥମିଛି । ଏମିତିବି ଭୁବନେଶ୍ୱରରୁ ଯାହା ଶୁଣିବାକୁ ମିଳେ ବାଲେଶ୍ୱର ବିଜେଡିର ସମସ୍ତ ଦାଇତ୍ୱ ରବିନ୍ଦ୍ର ଜେନାହିଁ ନେବେ ତେବେ ରବିନ୍ଦ୍ର ଜିଲ୍ଲା ସଭାପତି ରହି ନିଜ ପତ୍ନିଙ୍କୁ ସଦର କିମ୍ବା ବସ୍ତାରୁ ବିଧାୟକ ଆସନରେ ଜିତାଇ ମନ୍ତ୍ରୀ କରାଇବାର ଲକ୍ଷରଖିଥିବା ଶୁଣିବାକୁ ମିଳୁଛି । ରବିନ୍ଦ୍ରଙ୍କ ରାଜନିତି କ୍ୟାରିୟରକୁ ଅଳିଆ କରିଥିବା ସିବିଆଇ ଏବେ ଓଡିଶା,ପଶ୍ଚିମବଙ୍ଗ ସହ ଆଉ କେତେକ ରାଜ୍ୟକୁ ବାଏ ବାଏ କରିଥିବାରୁ ରବିନ୍ଦ୍ର ଜେନାଙ୍କ ସହ ଆଉ କିଛି ବିଜେଡି ନେତା ଟିକେ ଆସ୍ୱସ୍ତି ପାଇଛନ୍ତି ।

Leave a Reply

Your email address will not be published. Required fields are marked *