ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ଚଣ୍ଡିଖୋଲ : ଗ୍ରାମଦେବତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗ୍ରାମଦେବତୀ ମା କରଞ୍ଜେଇଙ୍କ ମନ୍ଦିରରୁ ଚୋରି ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ପୂଜା ମନ୍ଦିର ଖୋଲିବାକୁ ଯାଇଥିଲେ । ସେ ଯାଇ ଦେଖନ୍ତି କି, ଗ୍ରାମଦେବତୀଙ୍କ ପାର୍ଶ୍ୱରେ ଥିବା ମୁକ୍ତେଶ୍ୱର ମହାଦେବଙ୍କ ମନ୍ଦିରର ତାଲା ଭଙ୍ଗାଯାଇଛି । ଏଥିସହ ଗ୍ରାମଦେବତୀଙ୍କ ମନ୍ଦିର ତାଲା ଭାଙ୍ଗି ରୂପା ମୁକୁଟ, ହାର, ସୁନା ଚେନ୍‌, ଆଖି ସହ ଗଣେଷଙ୍କ ରୂପା ମୁକୁଟୁ ଚୋରି ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କ ହେବ ବୋଲି ଅନୁମାନ କରାଯାଉଛି । ଶନିବାର ରାତିରେ ଏହି ଲୁଟ୍‌ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପରେ ଚୋରି ସଂପର୍କ ଧର୍ମଶାଳା ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *