ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ଠକେଇ, ବ୍ୟାଙ୍କ ମ୍ୟାନେଜର ସମେତ ଅନ୍ୟ ୩ କର୍ମଚାରୀ ଗିରଫ

ରାଉରକେଲା : ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ଠକେଇ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନାଁରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ମ୍ୟାନେଜର ସମେତ ଅନ୍ୟ ୩ କର୍ମଚାରୀ ଗିରଫ ।

ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୩ କୋଟି ୭୬ ଲକ୍ଷ ୨ ହଜାର ୭୩୪ ଟଙ୍କା ଜିଏସଟି ଠକେଇ କରିଥିବା ଅଭିଯୋଗ । ସମ୍ବଲପୁର ସାଇବାର ଥାନାରେ ଜାଲ ଆକାଉଣ୍ଟ ଥିବା ନେଇ ସରକାରୀ କର୍ମଚାରୀ ଅଚ୍ୟୁତାନନ୍ଦ ଅଭିଯୋଗ କରିଥିଲେ । ଜାଲ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବାରୁ ଜିଏସଟି ଦାଖଲ ନହୋଇଥିବା ନେଇ ଅଚ୍ୟୁତଙ୍କୁ ନୋଟିସ ଆସିଥିଲା ।

ଘଟଣାରେ ସମ୍ବଲପୁର ସାଇବର ପୋଲିସ ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଆସିଷ୍ଟାଣ୍ଡ ମ୍ୟାନେଜର ଅକ୍ଷୟ କୁମାର ନାୟକ, ବରିଷ୍ଠ ସହାୟକ ପିକେ ଜେନା, ସୁବାସ ସ୍ଵାଇଁ ଓ ଅମିତ ବେରିଓବାଳକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *