ଗୁଳିକାଣ୍ଡରେ ଚାଲିଗଲା ଜଣଙ୍କ ଜୀବନ

ଢେଙ୍କାନାଳ : ପୋଖରୀ ଖୋଳାକୁ ନେଇ ଗୁଳିମାଡ଼ । ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡରେ ଗ୍ରାମର ଦଳେଇ ନାଏକଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, କନ୍ଧପାଳ ଗାଁର ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଏପିରିକି କିଛି ଦିନ ହେଲା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଯାହାର ପରିଣତି ଏବେ ଭୟଙ୍କର ହୋଇଛି । ପାଖାପାଖି ସାତ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଏହି ଗୁଳିକାଣ୍ଡ କିଏ କରିଛି ତାହା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *