ମାତ୍ର ୧୦ ଦିନ ଖରାଛୁଟି : ମେ ପହିଲାରୁ ସକାଳ ୬ଟା ରୁ ୯ଟା ଯାଏ ବିଦ୍ୟାଳୟରେ ପାଠପଢ଼ା

ଭୁବନେଶ୍ବର : ଏଥର ମାତ୍ର ୧୦ ଦିନ ଖରାଛୁଟି । ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ । ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାଠପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ହୋଇଛି । ଜୁନ୍ ୬ ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ । ତେବେ ପାଠପଢ଼ା ସମୟସାରିଣୀରେ ପରିବର୍ତ୍ତନ କରାଯାଇଛି । ମେ ପହିଲାରୁ ଜୁନ୍ ୫ ତାରିଖ ଯାଏଁ ସକାଳ ୬ଟା ରୁ ୯ଟା ଯାଏ ପାଠପଢ଼ା ହେବ । ଏପ୍ରିଲ ୨୦ ତାରିଖ ଭିତରେ ପ୍ରଥମ ରୁ ଅଷ୍ଟମ ଯାଏ କ୍ଲାସ୍ ପ୍ରମୋସନ୍ କରାଯିବ । ଏଣେ ୨୦ ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀରେ ଆଡମିସନ୍ ଓ ରିଆଡମିସନ୍ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *