ବିଧାୟକ ଟିକେଟରୁ ବଞ୍ଚିତ ହେବେ ବିଜେଡିର ବହୁ ବିଧାୟକ

ଭୁବନେଶ୍ୱର:ଆସନ୍ତା ନିର୍ବାଚନକୁ ଦୁଷ୍ଟିରେ ରଖି ବିଜେଡିର ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଚାଲିଛି ।ଦଳ ଲୋକସଭାରେ ୧୭ଟି ସ୍ଥାନରେ ନୁଆ ମୁହଁ ଦେବାକୁ ଯାଉଥିବା ଯୋରଦାର ଆଲୋଚନା ହେଉଛି ।

ସେହିପରି ବିଧାନସଭା କ୍ଷେତ୍ରରେ ପ୍ରାୟ ଦଳର୧୧୮ ବିଧାୟକଙ୍କ ଭିତରୁ ପ୍ରାୟ ୫୦ରୁ ଅଧିକ ସଦସ୍ୟଙ୍କୁ ଆସନ୍ତା ନିର୍ବାଚନରେ ଦଳିୟ ଟିକେଟ ମିଳିବ ନାହିଁ ବୋଲି କୁହାଯାଉଛି । ଗୁଇନ୍ଦା ରିପୋର୍ଟ ଜିଲ୍ଲାପାଳଙ୍କ ରିର୍ପୋଟ ଓ ସର୍ଭେ ତଥ୍ୟକୁ ଆଧାର କରି ଟିକେଟ ଦବାପାଇଁ ଯୋଜନା କରାଯାଇଛି ।ଦଳିୟ ପର୍ଯ୍ୟବେକ୍ଷକ ରିର୍ପୋଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉନଥିବା କୁହାଯାଉଛି ।
ଯେଉଁ ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳିରେ ବିବାଦିୟ ହୋଇପଡିଛନ୍ତି,ଯେଉଁମାନଙ୍କର ଲୋକ ସମ୍ପର୍କ ଭଲନାହିଁ, ବିଭିନ୍ନ ମାମଲାରେ ଫସିଛନ୍ତି ଏବଂ ଚିଟଫଣ୍ଡ ଭଳି ଦୁର୍ନିତିରେ ସିଭିଆଇ ଦ୍ୱାରା ଗିରଫ ହୋଇଛନ୍ତି ସେମାନଙ୍କୁ ଆଦୌ ଟିକେଟ ମିଳିବନାହିଁ । ଆସନ୍ତା ନିର୍ବାଚନରେ ଦଳ ପୁଣି କ୍ଷମତାକୁ ଆସିବା ପାଇଁ ଲକ୍ଷ ରଖିଥିବାରୁ ସେଥିପାଇଁ ପ୍ରାର୍ଥୀ ତାଲକା ପ୍ରସ୍ତୁତି ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ଆଲୋଚନା ହେଉଛି ଡେଞ୍ଜର ଜୋନରେ ଥିବା ବିଧାୟପକ ମାନେ ହେଲେ ।
ଅନୁଗୁଳ ଜିଲ୍ଲା -ବ୍ରଜକିଶୋର ପ୍ରଧାନ(ତାଳଚେର୍),ସଞ୍ଜିବ ସାହୁ (ଆଠମଲିକ୍)ଓ ସୁଶାନ୍ତ ବେହେରା(ଛେଣ୍ଡିପଦା)
ବାଲେଶ୍ୱର ଜିଲ୍ଲା- ଜୀବନ ପ୍ରଦିପ ଦାସ(ବାଲେଶ୍ୱର ସଦର), ପର୍ଶୁରାମ ଧଡ଼ା(ସ୍ୱରୋ),ଜୌତି ପ୍ରକାଶ ପାଣିଗ୍ରାହି(ସିମୂଳିଆ),ନିନ୍ତ୍ୟାନନ୍ଦ ସାହୁ(ବସ୍ତା)
ବଲାଙ୍ଗିର ଜିଲ୍ଲା-ମହମ୍ମଦ ଆୟୁବ ଖାନ(କଣ୍ଟାମାଝି),ଯୋଗେନ୍ଦ୍ର ବେହେରା(ଲୁଇସିଘା)
ଭଦ୍ରକ ଜିଲ୍ଲା- ଯୁଗଳ କିଶୋର ପଟ୍ଟନାୟକ(ଭଦ୍ରକ),ବିଜୟଶ୍ରୀ ରାଉତରାୟ(ବାସୁଦେବପୁର),ମୁକ୍ତିକାନ୍ତ ମଣ୍ଡଳ(ଧାମନଗର)
କଟକ ଜିଲ୍ଲା – ପ୍ରଭାତ ତ୍ରିପାଠୀ(ବାଙ୍କି),ପ୍ରଭାତ ବିଶ୍ୱାଳ(ଟାଙ୍ଗୀ ଚୌଦ୍ୱାର),ପ୍ରମୋଦ ମଲ୍ଲିକ(ନିଆଳି)
କେନ୍ଦ୍ରାପଡା ଜିଲ୍ଲା- କିଶୋର ତରେଇ(କେନ୍ଦ୍ରାପଡା),ବେଦପ୍ରକାଶ ଅଗ୍ରୱାଲ(ପାଟକୁରା)
କନ୍ଦମାଳ ଜିଲ୍ଲା-ରାଜୀବ ପାତ୍ର (ବାଲିଗୁଡା),ଗୁଗୁନି କହର(ଫୁଲବାଣୀ)
କଳାହାଣ୍ଡି ଜିଲ୍ଲା-ଅନାମ ନାୟକ(ଭବାନିପାଟଣା),ଧନେଶ୍ୱର ମାଝି (ନରଲା),ବଳଭଦ୍ର ମାଝି(ଲାଞ୍ଜିଗଡ)
ଢେଙ୍କାନାଳ ଜିଲ୍ଲା-ସରୋଜ ସାମଲ(ଢେଙ୍କାନାଳ)
ଗଞାମ ଜିଲ୍ଲା- ଭିି ସୁଜ୍ଞାନ କୁମାର ଦେଓ(କବିସୁର୍ଯ୍ୟ ନଗର), ପୁର୍ଣ୍ଣଚନ୍ଦ୍ର ସେଠି(ଖଲିକୋଟ),ଦେବରାଜ ମହାନ୍ତି(ଆସ୍କା),ଶ୍ରୀକାନ୍ତ ସାହୁ(କୋଲସରା),ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ(ସୋରଡା)
ଜଗତସିଂପୁର ଜିଲ୍ଲା- ରାଜଶ୍ରୀ ମଲ୍ଲିକ(ଯାଜପୁର), ଦେବାଶିସ ନାୟକ(ବରି),ଅମର ପ୍ରସାଦ ସତପଥି(ବଡଚଣା),ପ୍ରଣବ ବଳବନ୍ତ ରାୟ(ଧର୍ମଶାଳା)
କେନ୍ଦୁଝର ଜିଲ୍ଲା- ଅଭିରାମ ନାୟକ(କେନ୍ଦୁଝର),ହୃସିିକେଶ ନାୟକ (ପାଟଣା), ବେଦବ୍ୟାସ ନାୟକ (ତେଲକୋଇ)
ଖାର୍ଦ୍ଧା ଜିଲ୍ଲା- ଭାଗିରଥୀ ବଡଜେନା(ଜଟଣୀ),ପ୍ରଶାନ୍ତ ଜଗଦେବ(ବେଗୁନିଆ),ପ୍ରିୟଦର୍ଶୀ ମିଶ୍ର(ଉତ୍ତର ଭୁବନେଶ୍ୱର),ବିଜୟ ମହାନ୍ତି(ଭୁବନେଶ୍ୱର ମଧ୍ୟ)
ମୟୁରଭଞ୍ଜ ଜିଲ୍ଲା-ଗୋଲକ ବିହାରୀ ନାୟକ (ଉଦଳା), ବିଜୟ କୁମାର ନାୟକ(କରଞିଆ),
ନୟାଗଡ ଜିଲ୍ଲା- ଅନୁଭବ ପଟ୍ଟନାୟକ(ଖଣ୍ଡପଡା),ରବି ନାରାୟର ମହାପାତ୍ର(ରଣପୁର),ପୂର୍ଣ୍ଣଚନ୍ଦ୍ର ନାୟକ (ଦଶପଲ୍ଲା)
ମାଲକାନଗିରି ଜିଲ୍ଲା- ମାନସ ମାରକାନି(ମାଲକାନଗିରି),
ନବରଙ୍ଗପୁର ଜିଲ୍ଲା- ସୁବାସ ଗଣ୍ଡ(ଉମରକୋଟ),ମନୋହର ଗାନ୍ଦାରୀ(ନବରଙ୍ଗପୁର)
ପୁରୀ ଜିଲ୍ଲା-ସୁରେନ୍ଦ୍ର ସେଠୀ(କାକଟପୁର),
ରାୟଗଡା-ତ୍ରିନାଥ ଗମାଙ୍ଗ(ଗୁଣୁପୁର),ଲାଲ ବିହାରୀ ହିମରିକା(ରାୟଗଡା)
ସୁନ୍ଦରଗଡ-ମଙ୍ଗଳା କିଶାନ(ରାଜଗାଙ୍ଗପୁର),

Leave a Reply

Your email address will not be published. Required fields are marked *