ଆଜିର ରାଶିଫଳ

ମେଷ : ଜୀବନକୁ ସକରାତ୍ମକ ବନାନ୍ତୁ । ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ ନେବେ । ଚାକିରିରେ ପଦୋନ୍ନତି ମିଳିପାରେ । ପ୍ରିୟତମଙ୍କ ଠାରୁ ଉପହାର ପାଇବେ ।

ବୃଷ : ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ । ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଶଂସାଭାଜନ ହେବେ । ନୂଆ ସଂପର୍କ ସ୍ଥାପନ ହେବ ।

ମିଥୁନ : ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ରାଜନୀତିରେ ଲାଭର ସୁଯୋଗ ପାଇବେ । ଘରକୁ ବନ୍ଧୁ ଆସିବେ । ନୂଆ ଘର କିଣିବା ଲାଗି ଯୋଜନା କରିବେ ।

କର୍କଟ : କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ । ନିଜର ନିଷ୍ପତିରେ ଅଟଳ ରୁହନ୍ତୁ । ନୂଆ ସୁଯୋଗ ଓ କାମ ପାଇବେ । ପ୍ରେମ ବ୍ୟାପାର ଲାଗି ଦିନଟି ଭଲ ।

ସିଂହ : ସାରା ଦିନ ଖୁସି ମନରେ ରହିବେ । ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଭବିଷ୍ୟତରେ ଲାଭ ପାଇବେ । ହଜିଥିବା ଜିନିଷର ସନ୍ଧାନ ପାଇବେ ।

କନ୍ୟା : ସାମାଜିକ ସ୍ଥିତି ଭଲ ରହିବ । ଲୋକେ ଆପଣଙ୍କର ଗୁଣ ଗାନ କରିବେ । ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ । ସଙ୍ଗୀତ ଉପକରଣ କିଣି ପାରନ୍ତି ।

ତୁଳା : କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ । ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବିବେକ ଅନୁସାରେ କାମ କରନ୍ତୁ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ ।

ବିଛା : ଧର୍ମ ପୁସ୍ତକ ପଢିବାରେ ରୁଚି ବଢିବ । ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି । ପାରିବାରିକ ସଂପତ୍ତି ନେଇ ବିବାଦ ସମାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ଧନୁ : ମନରେ କିଛି ନୂଆ କରିବାର ଆଶା ଉଜ୍ଜୀବିତ ହେବ । ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ । ଶିକ୍ଷକଙ୍କ ସହ ଭଲ ବୁଝାମଣା ରହିବ ।

ମକର : ଇଷ୍ଟଦେବଙ୍କ ସ୍ମରଣରେ ମନବଳ ବଢିବ । ବାପା ମାଆଙ୍କ ସେବାରେ ଭଲ ଫଳ ପାଇବେ । ଯାତ୍ରା ଲାଭଦାୟକ ହେବ । କୋର୍ଟ କଚେରି ମାମଲାରେ ବିଜୟ ଲାଭ କରିବେ ।

କୁମ୍ଭ : ନମ୍ର ସ୍ୱଭାବର ସହ ମୁରବିଙ୍କ ସହ କଥାବାର୍ତ୍ତା କରନ୍ତୁ । ଚାକିରିରେ କୌଣସି ମନସ୍କାମନା ପୂରଣ ହେବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ ।

ମୀନ : ସାମାଜିକ ସ୍ଥିତି ମଜଭୁତ ହେବ । ବିରୋଧୀମାନଙ୍କ ସହ ଦୃଢ ମୁକାବିଲା କରିବେ । ଚାକିରିଆଙ୍କ ଲାଗି ଦିନଟି ଭଲ । ଘରେ ଖୁସିର ପରିବେଶ ରହିବ ।

Leave a Reply

Your email address will not be published. Required fields are marked *