ଷ୍ଟେସନ ବଜାର ଅଞ୍ଚଳରୁ ବ୍ରାଉନ୍‌ସୁଗାର ମାଫିଆ କୟାମତ ତୁଲ୍ଲାକୁ ଗିରଫ

ଜଳେଶ୍ୱର : ବ୍ରାଉନ୍‌ସୁଗାର ମାଫିଆ ଗିରଫ । ଜଳେଶ୍ୱର ପୋଲିସ ଷ୍ଟେସନ ବଜାର ଅଞ୍ଚଳରୁ ବ୍ରାଉନ୍‌ସୁଗାର ମାଫିଆ କୟାମତ ତୁଲ୍ଲାକୁ ଗିରଫ କରିଛି । କୟାମତ ନାଁରେ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଏବେ ବ୍ରାଉନ ସୁଗାର କାରବାର ବଢିବାର ଲାଗିଛି । ଏଠାରୁ ବ୍ରାଉନ ସୁଗାର ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ତେବେ ବ୍ରାଉନ ସୁଗାର କାରବାରର ମାଷ୍ଟର ମାଇଣ୍ଡ ତଥା ନିଜକୁ କିଙ୍ଗପିଙ୍ଗ ବୋଲାଉଥିବା ସେକ କାୟମତ ତୁଲ୍ଲାକୁ ଗିରଫ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ଜଳେଶ୍ୱର ପୋଲିସ ଷ୍ଟେସନ ବଜାର ଅଞ୍ଚଳରୁ ଗିରଫ କରିଛି ।

ତେବେ କୟାମତ କଦଳୀ ଗାଡି, କଖାରୁ ଗାଡ଼ିରେ ବ୍ରାଉନ ସୁଗାର ବହୁ ଚତୁରତା ସହ ପରିବହନ କରୁଥିଲା । ପୋଲିସ ପାଖରେ ଏନେଇ ଖବର ରହିଥିଲା । ଗତ ମାର୍ଚ୍ଚ ମାସରେ ବ୍ରାଉନ ସୁଗାର ମାମଲାରେ ଗିରଫ ହୋଇଥିବା ମହମ୍ମଦ ସମୀର ଆଧାରରେ ସେକ କୟାମତ ତୁଲ୍ଲାକୁ ବାନ୍ଧିଛି  ଜଳେଶ୍ୱର ପୋଲିସ ।

Leave a Reply

Your email address will not be published. Required fields are marked *