କଳାହାଣ୍ଡି : କଳାହାଣ୍ଡିରେ ପୁଣି ଥରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗରେ ଥିବା ଶ୍ରୀ ଏଜୁକେସନ କଲେଜକୁ ନେଇ ଏଥର ମାଓବାଦୀଙ୍କ ଧମକପୁର୍ଣ୍ଣ ପୋଷ୍ଟର । କଲେଜରେ ଝିଅମାନଙ୍କ ସୁରକ୍ଷା ଦେବାକୁ ନେଇ ଧମକ ଦେଇଛନ୍ତି ମାଓବାଦୀ । ମାଓବାଦୀଙ୍କ ଏହି ପୋଷ୍ଟରରେ ଉଲ୍ଲେଖ ଅଛି ଯେ କଲେଜରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି ଆଉ ପାଟି ଫିଟେଇଲେ ତାଙ୍କୁ ମାରିଦେବାର ଧମକ ଦେଉଛନ୍ତି କଲେଜ କର୍ତ୍ତୃପକ୍ଷ । ଯଥାଶୀଘ୍ର ଝିଅଙ୍କୁ ସୁରକ୍ଷା ନଦିଆଗଲେ ମାଓବାଦୀମାନେ ଭୟଙ୍କର କାର୍ଯ୍ୟନୁଷ୍ଠାନ ନେବେ ବୋଲି ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ଯାମବାହାଲି ଗ୍ରାମ ମୁଖ୍ୟ ରାସ୍ତା କଡରେ ଏହି ପୋଷ୍ଟର ଆଜି ସକାଳୁ ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
