ବିଜେଡି ଦଳକୁ ନେତା ଆମଦାନୀ କରୁଛନ୍ତି ଜିଲ୍ଲାପାଳ ଓ ଏସପି !

ଭୁବନେଶ୍ୱର : ରାଜ୍ୟର ଯେଉଁସବୁ ଅଞ୍ଚଳରେ ବିଜେଡିର ସ୍ଥିତି ଦୁର୍ବଳ ରହିଛି ସେଠାରେ ଅନ୍ୟ ଦଳରୁ ନେତାମାନଙ୍କୁ ଆମଦାନୀ କରିବାର ପ୍ରାରମ୍ଭିକ ଦାୟିତ୍ୱ କୁଆଡ଼େ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ଉପରେ ନ୍ୟସ୍ତ ହୋଇଥିବା ଚର୍ଚ୍ଚା ହେଉଛି । ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତ୍ତା ଏହି ଜିଲ୍ଲାସ୍ତରର ଅଫିସରମାନଙ୍କ ମାଧ୍ୟମରେ ଆରମ୍ଭ ହେବାପରେ ତୃତୀୟ ମହଲାରେ ହିଁ ସବୁକିଛି ଚୂଡ଼ାନ୍ତ ହେଉଛି ।

ଓଡ଼ିଶାର କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନେ ବିଜେଡିକୁ ନେତା ଆମଦାନି ଦାଇତ୍ୱରେ ରହି କାର୍ଯ୍ୟକରୁନ୍ତି ଖାଲି ସେତିକି ନୁହଁ ସେମାନଙ୍କ ମଧ୍୍ୟରୁ କିଛି ନିଜେ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡି ବସିଛନ୍ତି । ଏବେ ରାଜ୍ୟରେ କାର୍ଯ୍ୟରତ ଅଧ ଡନେରୁ ଅଧିକ ପ୍ରଶାସକ(ଯୁଗ୍ମ ସଚିବ ବା ତଦୁର୍ଦ୍ଧ୍ଵ ପାହ୍ୟା ଅଫିସର) କୁଆଡ଼େ ବିଜେଡି ଟିକେଟରେ ଲଢ଼ିବାକୁ ସଜବାଜ ହେଲେଣି। ସେମାନେ ବି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ମାଧ୍ୟମରେ ନିଜ ସପକ୍ଷରେ ରିପୋର୍ଟ କାର୍ଡ ତୃତୀୟ ମହଲାକୁ ପଠାଇବାକୁ ଲବି ଆରମ୍ଭ କରିଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡି ଏଥର ଦଳୀୟ ଟିକେଟ ଚୂଡ଼ାନ୍ତ କରିବା ବେଳେ ଦଳର ନେତାମାନଙ୍କ ପରିବର୍ତ୍ତେ ଜଣେ ଆଇପିଏସଙ୍କ କଥାକୁ ଅଧିକ ପ୍ରାଥମିକତା ଦେଉଛି। ଆଉ ସେହି ଆଇପିଏସ ଅଧିକାରୀ କୁଆଡ଼େ ଦଳଡିଆଁଙ୍କୁ ଗ୍ରୀନ୍ ସିଗନାଲ ଦେବାଠୁ ଆରମ୍ଭ କରି ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିବାରେ ମୁଖ୍ୟ ଭୂମିକା ତୁଲାଉଛନ୍ତି।

Leave a Reply

Your email address will not be published. Required fields are marked *