ରାମନବମୀ ପାଇଁ ବିଜେଡିର ଫାଟ ମେଲା, ବିଜେପିର ଚିରିକା ଫାଟ ବୁଜି ଯାଇଛି

ସୋର : ସାରା ରାଜ୍ୟରେ ରାମନବମୀ ପାଳନ କରାଯାଉଥିବା ବେଳେ ବହୁ ସ୍ଥାନରେ ବିଭିନ୍ନ ଦଳର ନେତାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ସୋରରେ କେବଳ ଶାସକ ଦଳର ବିଧାୟକଙ୍କ ଅନୁପସ୍ଥିତି ଭିନ୍ନ ଏକ ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛି । ତେବେ ସୋରରେ ରାମନବମୀ ଆୟୋଜନ କରିଥିବା ଆୟୋଜକମାନେ ବିଧାୟକଙ୍କୁ ନିମନ୍ତ୍ରଣ କରିଥିଲେ କି ? ଯଦି ନିମନ୍ତ୍ରଣ ନଥିଲା ତା’ହେଲେ ବି ବିଧାୟକ ଯିବା କଥା, କାରଣ ଜଣେ ବିଧାୟକ ସମସ୍ତଙ୍କ ପ୍ରତିନିଧି କିନ୍ତୁ ସିଏ ବି ଗଲେନି । ଅନ୍ୟପଟେ ରାମନବମୀ ପୂର୍ବରୁ ହୋଇଥିବା ରାମସେନାର ଏକ କାର୍ଯ୍ୟକ୍ରମକୁ ଯାଇ ବିଜେଡିର ଯୁବନେତା ଜୟରାମ ଯାହା ଶୁଣିଥିଲେ ତାକୁ ଦେଖିବା ପରେ ଆଉ କେହି ବିଜେଡ଼ି ନେତା ଯିବାକୁ ସାହସ କରିନଥିଲେ ବି ବିଜେଡିର ଜଣେ ପରିଷଦ, ଆଉ ଜଣେ ମହିଳା ପରିଷଦଙ୍କ ସ୍ୱାମୀ, ଜଣେ ପୂର୍ବତନ ପରିଷଦଙ୍କ ସହ ୪୫ ନମ୍ବର ଜୋନର ଜିଲ୍ଲାପରିଷଦ ଖୋଦ ଜୟରାମ ବି ଯାଇଥିଲେ । ଏଥିପାଇଁ ବିଜେଡିର ଗୃହ ଯୁଦ୍ଧ ଆରମ୍ଭ ହୋଇଛି । ଏମିତିକି ବିଜେଡ଼ିର ବଡ଼ ଫାଟ ଜଳ ଜଳ ହୋଇ ଦିଶୁଛି, ଯାହା ଆଗାମୀ ଦିନରେ ବିଧାୟକଙ୍କ କ୍ଷତି ସିନା କରିବ ଲାଭ କରିବା ବୋଧେ କଉଠୁ ଦେଖାଯାଉନି । କଥାରେ ଅଛି ‘ଗୁଦୁଡା କୁଡେ ଯେତେ ମାଡ଼େ ସେତେ’ ବିଜେଡି ସିନା ପଞ୍ଚାୟତ ନିର୍ବାଚନରେ ନେପୁ, ଭ୍ରମର କାନ୍ଧରେ ନାଉ ହୋଇ ପାରହେଲା ଆଗାମୀ ସାଧାରଣ ନିର୍ବାଚନରେ ପର୍ଶୁବାବୁ କାହା କାନ୍ଧରେ ନାଉ ହେବେ ତାହା ତ ସମୟ କହିବ । କିନ୍ତୁ ମୁନିସପାଲଟିରେ ବିଜେଡି ଭଲରେ ନାହିଁ ଏକଥାକୁ ଏଡାଇ ଦିଆଯାଇ ନପାରେ । ସେପଟେ ବିଜେପିର ମାଧବ ଧଡା ମୁନିସପାଲଟି ଅଫିସ ଭିତରେ ପସି କ’ଣ କରିବେ ନ କରିବେ ଅଦ୍ୟାବଧି ବାଟ ପାଉ ନାହାଁନ୍ତି । ତେବେ ବିଜେପିର ଚିରିକା ଫଟାରେ ମାଧ କାଦନେସିବାରେ ସିନା ସଫଳ ହେଉଛନ୍ତି ଆଗାମୀ ଦିନରେ ସେ ଫାଟ ଆଉ ନ ହେବାର ବାଟ ବାହାର କରନ୍ତୁ ।

Leave a Reply

Your email address will not be published. Required fields are marked *