ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ପୋଲିସ ୨ ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି । କଣାସ ଥାନା ପୋଲିସ ଦୁଇଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି । ପୋଲିସ ଏହି ଦୁଇ ବ୍ରାଉନ ସୁଗାର ମାଫିଆଙ୍କ ଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି । ସେହିପରି ୯୭୮୫ ଟଙ୍କା, ଗୋଟିଏ ମୋଟର ସାଇକେଲ ସହ ଦୁଇଟି ମୋବାଇଲ ଫୋନ ପୋଲିସ ଏହି ଅଭିଯୁକ୍ତଙ୍କ ଠାରୁ ଜବତ କରିଛି । ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ଏକ ପ୍ରେସ ନୋଟ ଜରିଆରେ ସୂଚନା ଦେଇଛି ।
