ଅରଣ୍ୟାନୀ ପକ୍ଷରୁ ନିରାପଦ ମାତୃତ୍ଵ ନିମନ୍ତେ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ଅନୁଷ୍ଠିତ

ଵଣାଇ : ସ୍ବେଚ୍ଛା ସେବୀ ଅନୁଷ୍ଠାନ “ଅରଣ୍ୟାନୀ” ତରଫରୁ ଗତକାଲି ଵଣାଇରେ ଜାତୀୟ ନିରାପଦ ମାତୃତ୍ୟ ଦିବସ ପାଳିତ ହେଇଯାଇଅଛି । “ଅରଣ୍ୟାନୀ”ର ସଦସ୍ୟ ତଥା ବଣାଇ ବନଖଣ୍ଡ ଅଧିକାରୀ ଶ୍ରୀ ସନତ୍ କୁମାର ଏନ୍( ଭା.ବ.ସେ)ଙ୍କ ପତ୍ନୀ ଶ୍ରୀମତି ସୁମି ସନତ୍ ଙ୍କ ଅଧ୍ୟକ୍ଷତାରେ ବଣାଇ ବନବିଭାଗର ବ୍ରାହ୍ମଣୀ ନର୍ସରୀ ଠାରେ ଏକ ସ୍ବାସ୍ଥ୍ୟ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇଗଡ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା କିଶାନ, ମୁଖ୍ୟ ବକ୍ତା ଭାବେ ବଣାଇ ଉପଖଣ୍ଡ ସରକାରୀ ଡାକ୍ତରଖାନାର ଯୁଗ୍ମ ନିର୍ଦ୍ଦେଶିକା (ସ୍ୟାସ୍ଥ୍ୟ), ଡକ୍ଟର ଜ୍ୟୋତ୍ସ୍ନା ଲୁଗୁନ୍ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇଗଡ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଶୁଭଲକ୍ଷ୍ମୀ ବଇଦାର ତଥା ବଣାଇ ସରପଞ୍ଚ ଶ୍ରୀମତି ନମିତା ନାଗ, ଗୋବିନ୍ଦପୁର ସରପଞ୍ଚ ଶ୍ରୀମତି ଯମୁନା ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଗର୍ଭଧାରଣ, ଶିଶୁ ଜନ୍ମ ତଥା ପ୍ରସବ ପରବର୍ତ୍ତୀ ସମୟରେ ମହିଳାମାନେ କିପରି ଉପଯୁକ୍ତ ସେବା ଓ ଯତ୍ନର ପର୍ଯ୍ୟାପ୍ତ ସୁବିଧା ପାଇପାରିବେ ଏ ସମନ୍ଧରେ ଡକ୍ଟର ଲୁଗୁନ୍ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରିବା ସହିତ ତାଙ୍କ ସମସ୍ତ ପ୍ରଶ୍ନର ସରଳ ଉତ୍ତର ଦେଇଥିଲେ । ଶେଷରେ “ଅରଣ୍ୟାନୀ” ତରଫରୁ ଶ୍ରୀମତି ସୁମି ସନତ୍ ସମସ୍ତ ଅତିଥି ତଥା ଉପସ୍ଥିତ ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *