ବାଲେଶ୍ୱରରେ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ

ବାଲେଶ୍ୱର:ବାଲେଶ୍ୱରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ସମ୍ବିତ ନାୟକ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କୁ ତାଙ୍କ ସରକାରୀ ଦପ୍ତରରେ ସାକ୍ଷାତ କରି ସେ କାର୍ଯ୍ୟରେ ଯୋଗ ଦେଇଥିବା ପ୍ରକାଶ । ତାଙ୍କୁ ସ୍ୱାଗତ କରିବା ସହ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାନସ ରଞ୍ଜନ ପାଢୀଙ୍କ ବିଦାୟ ଉପଲକ୍ଷେ ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ବିଡିଓମାନଙ୍କୁ ନେଇ ଏକ ବିଦାୟ ସଭାର

ଆୟୋଜନ କରାଯାଇଥିଲା । ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ପାଢୀଙ୍କ କର୍ତବ୍ୟ ନିଷ୍ଠା, ଦକ୍ଷତା ଏବଂ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ନୂତନ ଏଡିଏମଙ୍କୁ ମଧ୍ୟ ସ୍ୱାଗତ ଜଣାଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ଶ୍ରୀ ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର କୁମାର, ପିଡି ଡିଆରଡିଏ ଶ୍ରୀ ତ୍ରିଲୋଚନ ପ୍ରଧାନ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀ ମାନସ ରଞ୍ଜନ ପାଢୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶିକା ପ୍ରକାରେ ତିନି ବର୍ଷରୁ ଉଦ୍ଧ୍ୱ ର୍ ଗୋଟିଏ ସ୍ଥାନରେ ରହିଥିବା ନିର୍ବାଚନ ସହ ଜଡିତ ଅଧିକାରୀମାନଙ୍କୁ ଏହି ବଦଳିରେ ସ୍ଥାନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *