ଵଣାଇରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଵଣାଇ : ଗତକାଲି ଵଣାଇ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ ପରିସରରେ ବ୍ଲକ୍ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଵଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗର ଚିକିତ୍ସକ ଉପସ୍ଥିତ ରହି ଚିକିତ୍ସା ତଥା ପରୀକ୍ଷା କରିବା ସହିତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଟ୍ରାଏ ସାଇକେଲ, ଶ୍ରବଣ ଯନ୍ତ୍ର ଇତ୍ୟାଦି ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଇଥିଲା ।

ଉପସ୍ଥିତ ଡାକ୍ତରମାନଙ୍କ ମଧ୍ୟରେ ନାସା, ଗଳା, କର୍ଣ୍ଣ ବିଭାଗର ଡାକ୍ତର ଏନ୍ କେ ପାଣିଗ୍ରାହୀ, ଭେଷଜ ଡଃ. ଏଚ ଏ ଖାନ୍, ଅସ୍ଥି ଶଲ୍ୟ ବିଭାଗ ଡଃ ଏସ୍ କେ ନାୟକ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ସବ୍ୟସାଚୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା କାର୍ଯ୍ୟ କରିଥିଲେ । ଉକ୍ତ ଶିବିରରେ ଶୃତି ଵାଧିତ ରୋଗି (୩୮ଜଣ), ଵାକଶକ୍ତି ବାଧିତ ରୋଗି (୧୯ ) ଅସ୍ଥିଶଲ୍ୟ ବାଧିତ ( ୧୦୬ ) ମାନସିକ ବିକୃତ ୫ ଜଣ ସ୍ମରଣ ଶକ୍ତି ବାଧିତ ୨ ଜଣ ପଞ୍ଜିକୃତ ହୋଇଥିଲେ । ଆୟୋଜିତ ଶିବିର ରେ ବ୍ଲକ୍ ଅଧ୍ୟକ୍ଷା ମଞ୍ଜୁଲତା କିସାନ, ସହକାରୀ ଅଧ୍ୟକ୍ଷା ବିନତୀ ବେହେରା, ଵଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵଦୀପ ଟପ୍ପୋ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ମାହାନ୍ତ, ସି. ଡ଼ି. ପି. ଓ ସେବତୀ କୁଅଁର, ବି. ଏସ‌‌‌. ଏସ. ଓ ଅନୁପମା ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *